ଆମେରିକାରେ ଡେଲଟା ଭାଇରସ୍ ଆତଙ୍କ

ଆମେରିକାରେ ଡେଲଟା ଭାଇରସ୍ ଆତଙ୍କ

ଆମେରିକାରେ ଡେଲଟା ଭାଇରସ୍ ଆତଙ୍କ
ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧ : ଡେଲଟା ପାଇଁ ଆମେରିକାରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଆମେରିକାରେ ଦୈନିକ ସଂକ୍ରମଣ ମାମଲା ୧ ଲକ୍ଷରୁ ଅଧିକ ରହୁଛି । ଆମେରିକାରେ ସମସ୍ତ ନୂଆ ମାମଲାର କାରଣ ଡେଲଟା । ଆଜି ୧ଲକ୍ଷ ୪୪ ହଜାର ମାମଲା ସାମ୍ନାକୁ ଆସିବା ପରେ କଟକଣା ବଢ଼ିଯାଇଛି । ତେଣୁ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ପକ୍ଷରୁ ମାସ୍କ ପିନ୍ଧିବା ପାଇଁ କୁହାଯାଇଛି । ଆମେରିକାରେ ପ୍ରାୟ ୯୭ ପ୍ରତିଶତ ହସ୍ପିଟାଲରେ ଥିବା ରୋଗି ଟିକା ନେଇନାହାନ୍ତି । ଡେଲଟା ପାଇଁ, ଆମେରିକାର ବିଭିନ୍ନ ସ୍ଥାନରେ ସଂକ୍ରମଣ ବୃଦ୍ଧି ହୋଇଛି ।
ଜୁନ୍ ତୁଳନାରେ ଦୈନିକ ସଂକ୍ରମଣ ମାମଲାରେ ୧୦ ଗୁଣା ବୃଦ୍ଧି ହୋଇଛି । ଆମେରିକାରେ ଗତକାଲି ଦୈନିକ ସଂକ୍ରମଣ ମାମଲା ୯୯ ହଜାରରୁ ଅଧିକ ଥିଲା । ବିଶ୍ୱରେ ମୋଟ୍ ସଂକ୍ରମଣ ମାମଲା ୧୯୮, ୧୭୮, ୫୦୨କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସଂଖ୍ୟା ୪,୨୨୮,୦୭୦ରେ ପହଞ୍ଚିଛି । ଆମେରିକା ସହ ବ୍ରିଟେନ୍‌ରେ ମଧ୍ୟ ଡେଲଟା ପାଇଁ ଭୟଙ୍କର ଭାବେ ସଂକ୍ରମଣ ବଢ଼ୁଛି । ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆମେରିକାରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଟିକାକରଣ ପାଇଁ ଅଧିକ ଲୋକଙ୍କୁ ଉତ୍ସାହିତ କରିବାପାଇଁ ପୁରସ୍କାର ବ୍ୟବସ୍ଥା ଆରମ୍ଭ କରିଛି । ସମସ୍ତ ରାଜ୍ୟ ଏବଂ ସ୍ଥାନୀୟ ସରକାର ସମ୍ପୂର୍ନ ଡୋଜ୍ ଟିକା ନେଇଥିବା ଲୋକଙ୍କୁ ୧୦୦ ଡଲାର ପୁରସ୍କାର ଦିଅନ୍ତୁ ବୋଲି ବାଇଡେନ୍ କହିଛନ୍ତି ।

Leave a Reply

%d bloggers like this: