କେରଳରେ ଜିକା ଭାଇରସ୍‌ଙ୍କ ସଂକ୍ରମିତଙ୍କ ସଂଖ୍ୟା ୬୩ରେ ପହଞ୍ଚିଲା

ରାଜଧାନୀରେ ଡେଙ୍ଗୁ ଅଣାୟତ୍ତ, ରୋଗୀ ସଂଖ୍ୟା ୮୭୭ ଛୁଇଁଲା

କେରଳରେ ଜିକା ଭାଇରସ୍‌ଙ୍କ ସଂକ୍ରମିତଙ୍କ ସଂଖ୍ୟା ୬୩ରେ ପହଞ୍ଚିଲା
ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧ : କେରଳରେ କୋଭିଡ ସଂକ୍ରମଣ ଆତଙ୍କଜନକ ସ୍ଥିତିରେ ଥିବାବେଳେ ଜିକା ଭାଇରସ୍ ସଂକ୍ରମଣ ମଧ୍ୟ ସମସ୍ୟା ସୃଷ୍ଟି କଲାଣି । ଆଜି ଜିକାରେ ଆଉ ୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬୩ରେ ପହଞ୍ଚିଛି । ରାଜ୍ୟରେ ଲଗାତାର ଜିକା ଭାଇରସ୍ ସଂକ୍ରମଣ ଚିହ୍ନଟ ହେଉଥିବାରୁ ଏହାକୁ ଗମ୍ଭୀରତାର ସହ ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । କେରଳରେ ଜିକା ସ୍ଥିତିକୁ ନେଇ କେନ୍ଦ୍ର ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଅନୁଧ୍ୟାନ ପାଇଁ ରାଜ୍ୟକୁ ୬ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ପଠାଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ଲାଗି ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

%d bloggers like this: