ପ୍ରକାଶ ପାଇଲା ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ପ୍ରକାଶ ପାଇଲା ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ


ପ୍ରକାଶ ପାଇଲା ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ କଲେଜର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ କାଲି ସନ୍ଧ୍ୟାରେ ପ୍ରକାଶ ପାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ପରୀକ୍ଷା ବାତିଲ୍ ସହ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପରିଷଦ ପକ୍ଷରୁ ପ୍ରକାଶ କରାଯାଇଥିବା ପରୀକ୍ଷା ଫଳ ନୂଆ ଇତିହାସ ସୃଷ୍ଟି କରିଛି । ମାଟ୍ରିକ୍ ପରି ଯୁକ୍ତ୨ରେ ବି ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ତୀର୍ନ ହୋଇଛନ୍ତି । ବିଜ୍ଞାନରେ ରେଗୁଲାର୍ ପାସ୍‌ହାର ୯୯.୮୮% ହୋଇଥିବାବେଳେ ବାଣିଜ୍ୟରେ ୯୯.୫୯% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଓଡ଼ିଶା ଇତିହାସରେ କୈାଣସି ବି ବର୍ଷ ଏତେ ଛାତ୍ରଛାତ୍ରୀ ପାସ୍ କରିନାହାନ୍ତି ।
ଏଥର ୨ ହଜାର ୨୭୮ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିବାରେ ସକ୍ଷମ ହୋଇଛନ୍ତି । ଅନୁରୂପ ଭାବେ ବାଣିଜ୍ୟରେ ୧୪୯ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ମାର୍କ ପାଇଛନ୍ତି । ବିଜ୍ଞାନ ବିଭାଗରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ୯୪ହଜାର ୫୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲାଗି ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୮୯ ହଜାର ୯୫୧ ଜଣ ପାସ୍ କରିଛନ୍ତି । ସେହିପରି ବାଣିଜ୍ୟ ବିଭାଗରେ ପରୀକ୍ଷା ଦେବା ଲାଗି ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ୨୪ ହଜାର ୫୨୬ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୨୩ ହଜାର ୨୯୨ ଜଣ ପାସ୍ କରିଛନ୍ତି ।

Leave a Reply

%d bloggers like this: