ନବୀନ ନିବାସ ଆଗରେ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା ଉଦ୍ୟମ

ନବୀନ ନିବାସ ଆଗରେ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା ଉଦ୍ୟମ

ନବୀନ ନିବାସ ଆଗରେ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା ଉଦ୍ୟମ
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୩୧ : ୧୧ ବର୍ଷ ହେଲା ଭେଣ୍ଡିଙ୍ଗ୍ ଜୋନରେ ଘରଟିଏ ମାଗି ମାଗି ହତାଶ ହେବାପରେ ଆଜି ଜଣେ ଦିବ୍ୟାଙ୍ଗ ନବୀନ ନିବାସ ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଦୃଷ୍ଟିଶକ୍ତି ନଥିବା ଏହି ଦିବ୍ୟାଙ୍ଗ ହେଲେ ଡୁମଡୁମା ରଘୁନାଥନଗରର ପରୀକ୍ଷିତ ସାହୁ । ସୁରକ୍ଷା କର୍ମୀମାନେ ତାଙ୍କ ଆବେଦନପତ୍ର ରଖି ତାଙ୍କୁ ବୁଝାସୁଝା କରି ଫେରାଇ ଦେଇଛନ୍ତି । ଘଟଣାଟି ଆଜି ରାଜଧାନୀର ଚର୍ଚ୍ଚାର ବିଷୟ ପାଲଟିଛି ।
ପରୀକ୍ଷିତଙ୍କ ଅଭିଯୋଗ ଅନୁସାରେ ୨୦୧୦ ମସିହାରୁ ସେ ରାଜପଥ କଡ଼ରେ ଗୁପ୍‌ଚୁପ୍ ବିକ୍ରି କରୁଛନ୍ତି । ହେଲେ ବିଏମ୍ସି ତାଙ୍କ ରାସ୍ତାକଡ଼ ଦୋକାନ ଭାଙ୍ଗି ଦେଇଛି । ତେଣୁ ସେ ୧୧ ବର୍ଷ ହେଲା ଭେଣ୍ଡିଙ୍ଗ୍ ଜୋନରେ ଗୋଟିଏ ଦୋକାନ ଘର ପାଇଁ ବିଏମ୍ସି ଅଫିସ୍‌କୁ ଧାଉଁଛନ୍ତି । ଥରେ ତାଙ୍କୁ ଏକ ଅନ୍ୟ ସ୍ଥାନ ପାଇଁ ଗୁହାରି କରିଥିଲେ । କମିଶନରଙ୍କଠୁ ଆରମ୍ଭ କରି ବିଧାୟକ ସମସ୍ତଙ୍କୁ ଭେଟିଥିଲେ । ହେଲେ ଏବେ ଭେଣ୍ଡିଙ୍ଗ୍ ମିଳିପାରିବନି ବୋଲି ବିଏମ୍‌ସ୍ ପକ୍ଷରୁ ତାଙ୍କୁ କୁହାଯାଇଥିଲା । ତେଣୁ ବାଧ୍ୟ ହୋଇ ସେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାତ୍ର ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ବୋଲି ଜଣାପଡ଼ିଛି ।

Leave a Reply

%d bloggers like this: