ଆସିଲା ଅଗଷ୍ଟମାସ ଗାଇଡଲାଇନ୍

ଆସିଲା ଅଗଷ୍ଟମାସ ଗାଇଡଲାଇନ୍

ଆସିଲା ଅଗଷ୍ଟମାସ ଗାଇଡଲାଇନ୍
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୩୧ : ଆସିଲା ଅଗଷ୍ଟ ମାସ ଗାଇଡ୍‌ଲାଇନ୍ । ରାଜ୍ୟ ସରକାର ତାଲା ଖୋଲା ଆରମ୍ଭ କରିଛନ୍ତି । ‘ଏ ଓ ବି’ କାଟାଗୋରି ଜିଲ୍ଲାଗୁଡ଼ିକୁ ମଧ୍ୟ ହଟାଇଦିଆଯାଇଛି । ସେପ୍ଟେମ୍ବର ପହିଲା ଅର୍ଥାତ୍ ମାସକ ପାଇଁ ଜାରି ନିର୍ଦ୍ଦେଶନାମାରେ ଅନେକ କୋଭିଡ କଟକଣାକୁ କୋହଳ କରାଯାଇଛି ।
ସନ୍ଧ୍ୟା ୮ଟାରୁ ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିବ ବୋଲି ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । କେବଳ ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିବ । ସାରା ରାଜ୍ୟରେ ରାତି ୮ଟା ଯାଏ ଦୋକାନ ବଜାର ଖୋଲିବ । ସେହିପରି ରାଜ୍ୟରେ ମଲ, ସିନେମା ହଲ ଖୋଲିବ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବାକୁ ଅନୁମତି ମିଳିଛି । କଟକ, ଭୁବନେଶ୍ୱର, ପୁରୀରେ ପ୍ରାପ୍ତ ବୟସ୍କମାନେ ଟିକା ନେଇଥିବା ଦରକାର ।
ସେହିପରି ୫୦ ପ୍ରତିଶତ ଲୋକଙ୍କୁ ନେଇ ଯାତ୍ରା ପାଇଁ ଅନୁମତି ମିଳିଛି । ରେସ୍ତୋରାଁ ବି ଖୋଲିବ । ରାସ୍ତାକଡ଼ ଦୋକାନରେ ଲୋକ ଖାଇ ବି ପାରିବେ । ଧାର୍ମିକ, ରାଜନୈତିକ, ସାଂସ୍କୃତିକ ସମାବେଶ ହୋଇପାରିବନାହିଁ । ପ୍ରଦର୍ଶନୀ ମେଳା, ମହୋତ୍ସବ ଆଦି ବନ୍ଦ ରହିବ । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ସମ୍ପର୍କରେ ସଂପୃକ୍ତ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ।

Leave a Reply

%d bloggers like this: