ହତ୍ୟା ଷଡ଼ଯନ୍ତ୍ରରୁ ବର୍ତ୍ତିଲେ ବିଚାରପତି

ହତ୍ୟା ଷଡ଼ଯନ୍ତ୍ରରୁ ବର୍ତ୍ତିଲେ ବିଚାରପତି

ହତ୍ୟା ଷଡ଼ଯନ୍ତ୍ରରୁ ବର୍ତ୍ତିଲେ ବିଚାରପତି
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୩୧ : ଧାନବାଦ ଭଳି ଘଟଣା ଉତ୍ତରପ୍ରଦେଶର କୈାଶମ୍ବି ଜିଲ୍ଲାରେ ଘଟିଛି । ସ୍ଥାନୀୟ ଫତେପୁରର ଅତିରିକ୍ତ ଜିଲ୍ଲା ବିଚାରପତି ମହମ୍ମଦ ଅହମ୍ମଦ ଖାଁଙ୍କ ଗାଡ଼ିକୁ ଦୁର୍ବୃତମାନେ କୋଖରାଜ ଅଞ୍ଚଳରେ ବାରମ୍ବାର ଏକାଧିକ ସ୍ଥାନରେ ଧକ୍କା ଦେଇଛନ୍ତି । ଏଥିରେ ବିଚାରପତିଙ୍କର କୈାଣସି କ୍ଷତି ଘଟି ନଥିଲେ ମଧ୍ୟ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ବିଚାରପତିଙ୍କୁ ହତ୍ୟା କରି ଦୁର୍ବୃତମାନେ ଦୁର୍ଘଟଣାର ରୂପ ଦେବା ଉଦ୍ୟମ ସ୍ପଷ୍ଟ ହୋଇଛି ।
ସୂଚନା ଅନୁଯାୟୀ, ଏକ ଇନୋଭା କାର୍ କୋଖରାଜ ନିକଟସ୍ଥ ଚକୱାନ୍ ଗାଁ ରାସ୍ତାରେ ପ୍ରଥମେ ଧକ୍କା ଦେଇଥିଲା । କିଛି ରାସ୍ତା ଯିବା ପରେ ଏହା ପୂନର୍ବାର ବିଚାରପତିଙ୍କ କାର୍‌କୁ ପିଟିଥିଲା । ଏ ନେଇ ବିଚାରପତି କୋଖରାଜ ଥାନାରେ ଏତଲା ଦାୟର କରିଛନ୍ତି । ସମ୍ପୃକ୍ତ ଯୁବକର ଘର କୈାଶମ୍ବିଠାରେ ହୋଇଥିବାରୁ ତା’ ପ୍ରତି ସନ୍ଦେହ ରହିଥିବା ସେ ଦର୍ଶାଇଛନ୍ତି । ଇତି ମଧ୍ୟରେ ପୋଲିସ ଦୁର୍ଘଟଣା ଘଟାଇଥିବା ଇନୋଭାକୁ ଜବତ କରିବା ସହ ଏହାର ଚାଳକକୁ ଗିରଫ କରିଛି ।

Leave a Reply

%d bloggers like this: