ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି ୪ ବର୍ଷର ଶିଶୁ

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି ୪ ବର୍ଷର ଶିଶୁ

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି ୪ ବର୍ଷର ଶିଶୁ
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୩୧ : ବ୍ରହ୍ମପୁର ନୀଳାଚଳନଗର ନିବାସୀ ସିଦ୍ଧାର୍ଥ ଶଙ୍କର ଦାସ ଓ ବନ୍ୟା ପଟ୍ଟନାୟକଙ୍କ ୪ ବର୍ଷର ପୁଅ ‘ଆରବ’ ପାଲଟିଛନ୍ତି ଓଡ଼ିଶାର ଗୈାରବ । ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସେ ସ୍ଥାନ ପାଇଛନ୍ତି । ଆରବଙ୍କ ବୟସ ମାତ୍ର ୪ ବର୍ଷ ହୋଇଥିଲେ ମଧ୍ୟ ତାଙ୍କ ସ୍ମରଣଶକ୍ତି ତାଙ୍କୁ ନୂଆ ପରିଚୟ ଦେଇଛି । ଖାଲି ସ୍ଥାନ ପୂରଣ, ଅନେକ ଶବ୍ଦର ବନାନ ସହିତ ମୈାଳିକ ଗଣିତ, ଇଂରାଜୀ ବର୍ନମାଳାକୁ ଠିକ୍ କ୍ରମରେ ଓ ଓଲଟା କ୍ରମରେ କହିବାରେ ସେ ସୁଦକ୍ଷ ।
ସେହିଭଳି ୩୦ରୁ ଉର୍ଦ୍ଧ୍ୱ ରାଇମ୍ ମନେରଖିବା ସହ ସାଧାରଣଜ୍ଞାନ ସମ୍ବଳିତ ବହୁ ପ୍ରଶ୍ନର ଉତ୍ତର ଦେଇପାରୁଥିବାରୁ ସେ ଏହି ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ବର୍ତ୍ତମାନ ସେ ୟୁକେଜିରେ ଅଧ୍ୟୟନ କରୁଛନ୍ତି । ମା’ ଓ ବାପା ଉଚ୍ଚଶିକ୍ଷିତା ହୋଇଥିବାବେଳେ ବେଙ୍ଗାଲୁରୁର ଏକ ସପ୍ଟୱେଆର କମ୍ପାନୀରେ ବାପା କାର୍ଯ୍ୟ କରୁଛନ୍ତି । ଲକ୍‌ଡାଉନ୍ କାରଣରୁ ବର୍ତ୍ତମାନ ତାଙ୍କ ପରିବାର ବ୍ରହ୍ମପୁର ଆସିଛନ୍ତି । ତାଙ୍କ ନିଜ ଘର ବାଣପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି ।

Leave a Reply

%d bloggers like this: