ଯୁକ୍ତ୨ ବିଜ୍ଞାନ, ବାଣିଜ୍ୟ ପରୀକ୍ଷାଫଳ ଆଜି

ଯୁକ୍ତ୨ ବିଜ୍ଞାନ, ବାଣିଜ୍ୟ ପରୀକ୍ଷାଫଳ ଆଜି

ଯୁକ୍ତ୨ ବିଜ୍ଞାନ, ବାଣିଜ୍ୟ ପରୀକ୍ଷାଫଳ ଆଜି
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୩୧ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ସନ୍ଧ୍ୟା ୫ଟା ପରେ ଯେ କୈାଣସି ସମୟରେ http://www.orisssaresults.nic.in ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ନିଜ ରୋଲ ନଂ ଦେଇ ରେଜଲ୍ଟ ଜାଣିପାରିବେ । ଏଥିସହ ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ଫଳ ଉପଲବ୍ଧ ହେବ ।
ମିଳିଥିବା ସୂଚନା ଅନୁଯାୟୀ ଦୁଇ ବିଭାଗର ମୋଟ ୧ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ । ଯେଉଁଥିରେ ବିଜ୍ଞାନ ବିଭାଗର ୯୫ ହଜାର ଓ ବାଣିଜ୍ୟର ୨୫ ହଜାର ଛାତ୍ରଛାତ୍ରୀ ରହିଛନ୍ତି । ମାଟ୍ରିକ୍ ପରି ଯୁକ୍ତ୨ରେ ବି ପାସ୍ ହାର ୯୦%ରୁ ଅଧିକ ହୋଇଥିବା ଜଣାପଡ଼ିଛି । ତେବେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷାଫଳ ଏବେ ପ୍ରକାଶ ପାଇବନାହିଁ । ପାଠ୍ୟକ୍ରମର ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବାକୁ ଅଧିକ ସମୟର ଆବଶ୍ୟକତା ପଡ଼ୁଛି । ତେଣୁ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇଁ ଅଧିକ ସମୟ ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ପରିଷଦ ପକ୍ଷରୁ ଯାଚିକା ଦାଖଲ ହୋଇଛି । ଉଭୟ ପାଠ୍ୟକ୍ରମର ପରୀକ୍ଷା ଫଳ ଯେପରି ଶୀଘ୍ର ପ୍ରକାଶ ପାଇବ, ସେଥିପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ କହିଛନ୍ତି ।

Leave a Reply

%d bloggers like this: