ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍‌ଙ୍କ ଘରେ ରେଡ୍

ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍‌ଙ୍କ ଘରେ ରେଡ୍

ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍‌ଙ୍କ ଘରେ ରେଡ୍
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୩୦ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍ ବିରଂଚି ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । କଟକ ଓ ଭୁବନେଶ୍ୱରରେ ମୋଟ ୬ଟି ସ୍ଥାନରେ ଏହି ରେଡ୍ କରାଯାଇଥିବା ବେଳେ ପୁଳା ପୁଳା ଟଙ୍କା ମିଳିଛି । ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ମଧ୍ୟ ତାଜୁବ୍ ହୋଇଯାଇଛନ୍ତି । ବିରଂଚି ସାହୁଙ୍କ ଘରୁ ବିଡ଼ାବିଡ଼ା ଟଙ୍କା ମିଳିଥିବା ବେଳେ ସକାଳୁ ଗଣତି ଚାଲିଛି । ଟଙ୍କା ସହିତ ବିପୁଳ ପରିମାଣରେ ସୁନା ବି ମିଳିଛି । ତାଙ୍କର ଦୁଇଟି ଦୁଇ ମହଲା କୋଠା ଓ ୯ଟି ଜାଗା ଠାବ କରାଯାଇଛି । ସେ ୨ ଥର ବିଦେଶ ଗସ୍ତ କରିଥିବାର ଡକ୍ୟୁମେଣ୍ଟ ସହିତ ଘରୁ ବିଦେଶୀ ନୋଟ୍ ବିଡ଼ା ମଧ୍ୟ ଠାବ କରାଯାଇଛି । ସେହିପରି ତାଙ୍କ ଶାଳକଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ମିଳିଛି ।


ଭିଜିଲାନ୍ସ ଏସ୍‌ପି ଆର୍‌.ପ୍ରକାଶ କହିଛନ୍ତି ଯେ କଟକ ଓ ଭୁବନେଶ୍ୱରରେ ମୋଟ ୬ଟି ସ୍ଥାନରେ ରେଡ୍ କରାଯାଇଛି । ବିପୁଳ ପରିମାଣରେ ସୁନା ଓ ଟଙ୍କା ମିଳିଛି । ଟଙ୍କା ଗଣତି ଚାଲିଛି । ଏତେ ଟଙ୍କା ଓ ସମ୍ପତି କେଉଁଠୁ ଆସିଲା, ସେନେଇ ତଦନ୍ତ ଜାରି ରହିଛି । ଚାକିରି ପାଇଁ କୈାଣସି ପ୍ରାର୍ଥୀଙ୍କ ଠାରୁ ବିରଂଚି ଟଙ୍କା ନେଇଛନ୍ତି କି ନାହିଁ, ତା’ର ବି ତଦନ୍ତ ହେବ । ତାଙ୍କର ଦରମା ଏତେ ନୁହେଁ, ତେଣୁ ନିଶ୍ଚିତ ଅସାଧୁ ଉପାୟରେ ଅର୍ଜନ କରିଛନ୍ତି । ଏସବୁର ଅନୁସନ୍ଧାନ ଚାଲିଛି ବୋଲି ଏସ୍‌ପି କହିଛନ୍ତି ।


ଏହି ରେଡ୍‌ରେ ଭିଜିଲାନ୍ସ ଏସ୍‌ପି ଆର୍ ପ୍ରକାଶଙ୍କ ସମେତ ୪ ଜଣ ଡିଏସ୍‌ପି, ୧୩ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

Leave a Reply

%d bloggers like this: