ଖାକି ପିନ୍ଧିବେ କିନ୍ନର

ଖାକି ପିନ୍ଧିବେ କିନ୍ନର

ଖାକି ପିନ୍ଧିବେ କିନ୍ନର
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୩୦ : କ୍ଲାସ୍‌ରୁମରେ ବସି କିଏ ଜି.କେ ପଢ଼ୁଛି ତ କିଏ ରିଜୋନିଙ୍ଗ୍ କରୁଛି । ଆଉ କିଏ ପୁଣି କମନ୍ ଇଙ୍ଗଲିସ୍ ଏରର୍ ଦେଖୁଛି । ଓଡ଼ିଶା ପୋଲିସର ସବ୍‌ଇନିଶ୍‌ପେକ୍ଟର ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିଥିବା ଏହି କିନ୍ନରମାନଙ୍କ ସମୟ ଏବେ ଏଭଳି କଟୁଛି । ପଢ଼ାପଢ଼ିରେ ଦିନକୁ ୮-୧୦ ଘଂଟା ସମୟ ବିତାଉଛନ୍ତି । କେବଳ ପାଠପଢ଼ା ନୁହେଁ ଯୋଗଠାରୁ ଆରମ୍ଭ କରି ଫିଟ୍‌ନେସ୍ ପାଇଁ ଦୈାଡ଼ିବା, ଲମ୍ବଡିଆଁ ଡେଇଁବା ଆଦି ଅଭ୍ୟାସ ମଧ୍ୟ କରୁଛନ୍ତି । ଏସ୍‌ଆଇ ପାଇଁ ଆବେଦନ କରିବା ପରଠାରୁ ପୂରା ଦିନ ରାତି ଏକ କରି ଦମ୍‌ରେ ଲାଗିପଢ଼ିଛନ୍ତି କିନ୍ନର ।

ନିକଟରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୪୭୭ ସବ୍‌ଇନିଶ୍‌ପେକ୍ଟର ପଦବୀ ବାହାରିଥଲା । ସାଧାରଣ ଆବେଦନକାରୀଙ୍କ ଭଳି କିନ୍ନରମାନେ ଆବେଦନ କରିପାରିବେ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର । ସେ ଅନୁସାରେ ଚଳିତ ଥର ରାଜ୍ୟର ୨୬ ଜଣ କିନ୍ନର ସବ୍‌ଇନିଶ୍‌ପେକ୍ଟର ପଦବୀ ପାଇଁ ଆବେଦନ କରିଛନ୍ତି । ତେବେ ଏଥିରେ କିନ୍ନରମାନଙ୍କ ପାଇଁ କୈାଣସି ସଂରକ୍ଷଣ ନାହିଁ । କର୍ନାଟକ ସରକାର କିନ୍ନରଙ୍କ ପାଇଁ ସରକାରୀ ଚାକିରିରେ ଏକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁକରିଥିବାବେଳେ ଓଡ଼ିଶାରେ ମଧ୍ୟ ଏହି ଦିଗରେ ବିଚାର କରିବାକୁ ଦାବି କରିଛି କିନ୍ନର ସଂଘ । ସରକାରୀ ପଦବୀରେ କିନ୍ନରମାନେ ଆବେଦନ କରିପାରିବା ହେଉଛି ରାଜ୍ୟସରକାରଙ୍କ ପ୍ରଥମ ଘୋଷଣା । ହେଲେ ଦେଖିବାର କଥା ସବ୍‌ଇନିଶ୍‌ପେକ୍ଟର ପଦବୀରେ କେତେ ଜଣ କିନ୍ନର ନିଯୁକ୍ତି ପାଉଛନ୍ତି ।

Leave a Reply

%d bloggers like this: