ଭୁବନେଶ୍ୱର, ଝାରସୁଗୁଡ଼ା ବିମାନବନ୍ଦର ଘରୋଇକରଣ

ଭୁବନେଶ୍ୱର, ଝାରସୁଗୁଡ଼ା ବିମାନବନ୍ଦର ଘରୋଇକରଣ

ଭୁବନେଶ୍ୱର, ଝାରସୁଗୁଡ଼ା ବିମାନବନ୍ଦର ଘରୋଇକରଣ
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୩୦ : ଭୁବନେଶ୍ୱର ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ଘରୋଇକରଣ ହେବା ଏକ ପ୍ରକାର ନିଶ୍ଚିତ । ସୂଚନା ଅନୁଯାୟୀ, ଭୁବନେଶ୍ୱର ବିମାନବନ୍ଦର ସହ ଝାରସୁଗୁଡ଼ା ବିମାନବନ୍ଦରକୁ ମଧ୍ୟ ଘରୋଇକରଣ କରାଯିବ । ଯେଉଁ ସଂସ୍ଥା ଭୁବନେଶ୍ୱର ବିମାନବନ୍ଦରର ଦାୟିତ୍ୱ ନେବ ତାକୁ ଝାରସୁଗୁଡ଼ା ବିମାନବନ୍ଦର ମିଳିବ । ଏଥିପାଇଁ ଦୁଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି ।
ଏଥିପାଇଁ ଟେଣ୍ଡର୍ ପ୍ରକ୍ରିୟା କରି ଲିଜ୍ ଦିଆଯିବ । ଯେଉଁ ସଂସ୍ଥା ଟେଣ୍ଡର ପାଇବ ସେ ୫୦ବର୍ଷ ପର୍ଯ୍ୟନ୍ତ ବିମାନବନ୍ଦରର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିବ । ଯେଉଁ ୬ଟି ବିମାନବନ୍ଦରର ଘରୋଇକରଣ ହେବ ବୋଲି ନିଷ୍ପତ୍ତି ହୋଇଛି; ସେଥିରୁ ସବୁଠୁ ଅଧିକ ଲାଭବାନ ବିମାନବନ୍ଦର ହେଉଛି ଭୁବନେଶ୍ୱର ବିମାନବନ୍ଦର । ଭୁବନେଶ୍ୱର ବିମାନବନ୍ଦର ଘରୋଇକରଣ ହେଲେ ଏଠାରୁ ଏଏଆଇ ବାର୍ଷିକ ପ୍ରାୟ ୧୦୦କୋଟି ଟଙ୍କା ପାଇବ । ତେଣୁ ଭୁବନେଶ୍ୱର ବିମାନବନ୍ଦର ଯାହାକୁ ବି ଦିଆଯିବ ତାକୁ ଝାରସୁଗୁଡ଼ା ବିମାନବନ୍ଦର ସାଙ୍ଗରେ ଦିଆଯିବ ।

Leave a Reply

%d bloggers like this: