ଓଡ଼ିଶାରେ ଲାଗୁହେଲା ‘ୱାନ୍ ନେସନ୍‌, ୱାନ୍ ରାସନ୍‌’

ଓଡ଼ିଶାରେ ଲାଗୁହେଲା ‘ୱାନ୍ ନେସନ୍‌, ୱାନ୍ ରାସନ୍‌’

ଓଡ଼ିଶାରେ ଲାଗୁହେଲା ‘ୱାନ୍ ନେସନ୍‌, ୱାନ୍ ରାସନ୍‌’
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୩୦ : ଆଜିଠାରୁ ଓଡ଼ିଶାର ସବୁ ଜିଲ୍ଲାରେ ‘ୱାନ୍ ନେସନ୍ ୱାନ୍ ରାସନ୍‌’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ରାଜ୍ୟ ବାହାରର ଲୋକ ଓଡ଼ିଶାରେ ଓ ଓଡ଼ିଶା ଲୋକ ରାଜ୍ୟ ବାହାରେ ନିଜ ପସନ୍ଦର ଦୋକାନରୁ ରାସନ୍ ପାଇପାରିବେ । ଏହା ସହିତ ସାଧାରଣ ବଂଟନ ବାବସ୍ଥାରେ ପାଇଲଟ୍ ପ୍ରକଳ୍ପ ଭାବରେ ମାଲକାନାଗିରି ଜିଲ୍ଲାରେ ଭିଟାମିନ୍‌ଯୁକ୍ତ ଚାଉଳ ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ସ୍ୱାଭିମାନର ସହ ବଂଚିବା ସମସ୍ତଙ୍କର ଅଧିକାର ଓ ଗରିବ ଲୋକଙ୍କୁ ଏହି ଅଧିକାରରୁ କେହି ବଂଚିତ କରିପାରିବ ନାହିଁ । ୨୦୦୮ରୁ ରାଜ୍ୟ ସରକାର କେଜି ୨ ଟଙ୍କାରେ ଓ ୨୦୧୩ରୁ କେଜି ୧ ଟଙ୍କାରେ ଚାଉଳ ଯୋଗାଇ ଆସୁଛନ୍ତି । ମାଗଣାରେ ପିଲାମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ମଧ୍ୟ କରିଛନ୍ତି । ଜୋତା ଠାରୁ ଆରମ୍ଭ କରି ପୋଷାକ, ବହି, ସାଇକେଲ ସବୁ ଯୋଗାଇଦେଉଛନ୍ତି । ଗରିବ ଲୋକଙ୍କ ପାଇଁ ବିଭିନ୍ନ ରୋଜଗାର ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ଭୁବନେଶ୍ୱର ସହରରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ‘ୱାନ୍ ନେସନ୍ ୱାନ୍ ରାସନ୍‌’ ଯୋଜନା କାର୍ଯ୍ୟକାରୀ ହୋଇଛି ।

Leave a Reply

%d bloggers like this: