ସହିଦ ସପ୍ତାହରେ ମାଓ ମେଳି

ସହିଦ ସପ୍ତାହରେ ମାଓ ମେଳି

ସହିଦ ସପ୍ତାହରେ ମାଓ ମେଳି
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୩୦ : ମାଓ ଅଧୁଷିତ ଜିଲ୍ଲା ତାଲିକାରୁ ଗତବର୍ଷ ବାଦ୍ ପଡ଼ିଥିଲା ବୈାଦ୍ଧ । କିନ୍ତୁ ଗତ ୧୦ ତାରିଖରେ କନ୍ଧମାଳ ଓ ବୈାଦ୍ଧ ସୀମା ଗୋଚ୍ଛାପଡ଼ା ଜଙ୍ଗଲରେ ନକ୍ସଲ-ସୁରକ୍ଷାକର୍ମୀ ଏନକାଉଣ୍ଟର ପରେ ପୁଣି କେକେବିଏନ୍ ଡିଭିଜନ୍ ସକ୍ରିୟ ହେଉଥିବା କୁହାଯାଉଛି । ଏନକାଉଣ୍ଟରରେ ମାଓବାଦୀଙ୍କ ଗୁଳିରେ ଦୁଇଜଣ ଯବାନ ଗୁରୁତର ହେବା ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । କିନ୍ତୁ ଆକ୍ରମଣ କରିଥିବା ମାଓବାଦୀ ଖସିଯିବାରେ ସମର୍ଥ ହୋଇଛି । ଗତ ଦୁଇ ବର୍ଷ ଭିତରେ ଏନକାଉଣ୍ଟରରେ ମାଓବାଦୀମାନେ ଏଭଳି ଖସି ପଳାଇଯିବାରେ ଏ ହେଉଛି ତୃତୀୟ ଘଟଣା ।
ସୂଚନାଯୋଗ୍ୟ ଯେ କୋରାପୁଟ, ମାଲକାନାଗିରି, ରାୟଗଡ଼ା, ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼, ରାଜ୍ୟର ଏହି ୧୦ଟି ଜିଲ୍ଲାରେ ମାଓବାଦୀମାନେ ସକ୍ରିୟ ରହିଛନ୍ତି । ମାଲକାନାଗିରିରେ ଗୁରୁପ୍ରିୟା ସେତୁ ଓ ବିଏସ୍‌ଏଫ କ୍ୟାମ୍ପ ତିଆରି ହେବାପରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି । ୨୦୧୯ରେ ଏନକାଉଣ୍ଟରରେ ୧୯ ମାଓବାଦୀ ନିହତ ହୋଇଥିଲେ । ସେହିପରି ୨୦୨୦ରୁ ୨୦୧୮ ପର୍ଯ୍ୟନ୍ତ ଏନକାଉଣ୍ଟରରେ ୪୦ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Leave a Reply

%d bloggers like this: