କରୋନାରେ ଜୀବିକା ହାରିଛନ୍ତି ଯାତ୍ରା ଖଳନାୟକ, ରାସ୍ତାକଡ଼ରେ ଛାଣୁଛନ୍ତି ବରା

କରୋନାରେ ଜୀବିକା ହାରିଛନ୍ତି ଯାତ୍ରା ଖଳନାୟକ, ରାସ୍ତାକଡ଼ରେ ଛାଣୁଛନ୍ତି ବରା

କରୋନାରେ ଜୀବିକା ହାରିଛନ୍ତି ଯାତ୍ରା ଖଳନାୟକ, ରାସ୍ତାକଡ଼ରେ ଛାଣୁଛନ୍ତି ବରା
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୩୦ : କରୋନା ମହାମାରୀ ପ୍ରତ୍ୟେକ ମଣିଷର ଜୀବନ ଓ ଜୀବିକାର ଦୋଚ୍ଛକିରେ ଛିଡ଼ା କରିଦେଇଛି । ପ୍ରତ୍ୟେକଟି ମଣିଷର ଜୀବନର ସବୁସ୍ତରରେ କରିଛି ପ୍ରଭାବିତ । ବନ୍ଦ ହୋଇଯାଇଛି ଯାତ୍ରାଜଗତ ବନ୍ଦ ହୋଇଯାଇଛି କଳାକାରମାନଙ୍କ ରୋଜଗାରର ପନ୍ଥା । ଦୀର୍ଘ ୨୫ ବର୍ଷ ହେଲା ଯାତ୍ରା ମାରୁତି ରାଣୀ, ଶାତଶଙ୍ଖ ଅପେରା, ସୋମନାଥ ଅପେରା, ଗୈାରୀ ଗଣନାଟ୍ୟ, ପାର୍ବତୀ, କୋଣାର୍କ, କଳିଙ୍ଗ ଓ ତ୍ରିନାଥ ଗଣନାଟ୍ୟରେ ଖଳନାୟକ ଭାବେ ଅଭିନୟ କରିଆସୁଥିଲେ ଯାତ୍ରା କଳାକାର ସୂର୍ଯ୍ୟମଣି ।
ରାତିସାରା ଯାତ୍ରାମଞ୍ଚରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରୁଥିବା ସୂର୍ଯ୍ୟମଣି ଏ କରୋନା କାଳରେ ଆଜି ଜୀବିକା ହରାଇ ବେଗୁନିଆ ପାଟଣା ଗାଁ ମୁଣ୍ଡ ରାସ୍ତାକଡ଼ରେ ବରା ଛାଣୁଛନ୍ତି । ନିଜ ପିଲାଛୁଆ ଓ ବାପା, ମାଙ୍କ ପେଟରେ ମୁଠିଏ ଦାନା ଦେବାପାଇଁ ବରା, ପକୁଡ଼ି ଆଦି ଛାଣି ବିକ୍ରୟ କରୁଛନ୍ତି । ସୂର୍ଯ୍ୟମଣି ଏବେ କୁହନ୍ତି ରାସ୍ତାକଡ଼ରେ ବରା ଛାଣି ବିକ୍ରୟ କରି ମନର ଦଃଖକୁ ଲାଘବ କରୁଛି ।

Leave a Reply

%d bloggers like this: