ଆଜି ପ୍ରକାଶ ପାଇବ +୨ ପରୀକ୍ଷା ଫଳ

ପ୍ରକାଶ ପାଇଲା ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଆଜି ପ୍ରକାଶ ପାଇବ +୨ ପରୀକ୍ଷା ଫଳ
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୩୦ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସି) ଆଜି ଦିନ ୨ଟାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବ । ବୋର୍ଡ ଅଧିକାରୀ ୱେବ୍‌ସାଇଟ୍ ମଭଗ୍ଦକ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭ ରେ ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି । ସିବିଏସି ୨୦୨୧ ଦ୍ୱାଦଶ ଶ୍ରେଣୀ ବୋର୍ଡରେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଂଜିକରଣ କରାଇଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିବିଏସି ପକ୍ଷରୁ ଏ ପର୍ଯ୍ୟନ୍ତ ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଯାଇନାହିଁ । ସିବିଏସି ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଜାରି କରିବା ପୂର୍ବରୁ ଉଭୟ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ରୋଲ ନଂ ଜାରି କରିଛି । ଛାତ୍ରଛାତ୍ରୀମାନେ ସେମାନଙ୍କ ରୋଲ ନଂ ଆନଲାଇନରେ ଡାଉନଲୋଡ କରିପାରିବେ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ୍ କରାଯିବା ପରେ ବୋର୍ଡ ଦ୍ୱାରା ଗଠନ କରାଯାଇଥିବା ୧୩ ଜଣିଆ ପ୍ୟାନେଲ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାଙ୍କନ ନୀତି ଆଧାରରେ ଫଳ ପ୍ରକାଶ ପାଇବ । ଗଠିତ ପ୍ୟାନେଲର ମୂଲ୍ୟାଙ୍କନ ନୀତି ମୁତାବକ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ୧୦ମ ଶ୍ରେମୀ ଥିଓରୀରୁ ୩୦ ପ୍ରତିଶତ, ଏକାଦଶ ଶ୍ରେଣୀ ପରୀକ୍ଷା ମାର୍କରୁ ୩୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀ ମଧ୍ୟ ଅବଧି ପରୀକ୍ଷାରୁ ପ୍ରାପ୍ତ ମାର୍କରୁ ୪୦ ପ୍ରତିଶତ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ ।

Leave a Reply

%d bloggers like this: