ସଙ୍କଟରେ ମହାବଳ, ଖୋଜିଲେ ବି ମିଳୁନାହାନ୍ତି ବାଘ

ସଙ୍କଟରେ ମହାବଳ ଖୋଜିଲେ ବି ମିଳୁନାହାନ୍ତି ବାଘ

ସଙ୍କଟରେ ମହାବଳ
ଖୋଜିଲେ ବି ମିଳୁନାହାନ୍ତି ବାଘ
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୯ : ଆଜି ବ୍ୟାଘ୍ର ଦିବସ । ହେଲେ ଦିନେ ମହାବଳ ବାଘକୁ ନେଇ ବିଶ୍ୱ ବିଖ୍ୟାତ ଥିବା ମୟୁରଭଂଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଆଜି ଖୋଜିଲେ ବିି ବାଘ ମିଳୁନାହାନ୍ତି । ଏଠାରୁ ଆସୁଥିବା ପର୍ଯ୍ୟଟକମାନେ କାହିଁ କେତେ ବର୍ଷ ତଳେ ଶେଷ ଥର ଏଠାରେ ବାଘ ଦେଖିଥିଲେ । ୨୦୧୮ରେ ହୋଇଥିବା ବାଘ ଗଣନା ଅନୁସାରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ୍ ୨୮ଟି ବାଘ ଅଛନ୍ତି । ସେଥିରୁ ଶିମିଳିପାଳରେ ୭ ବାଘୁଣୀ ଓ ଗୋଟିଏ ଅଣ୍ଡିରା ବାଘକୁ ମିଶାଇ ୯ଟି ବାଘ ରହିଛନ୍ତି । ଏମାନଙ୍କ ବ୍ୟତୀତ ଦୁଇଟି ବାଘ ଛୁଆ ମଧ୍ୟ ଅଛନ୍ତି ।

ସତ ହେଉଛି ଶିମିଳିପାଳରେ ବାଘଙ୍କ ପାଇଁ ଆଉ ସେପରି ଉପଯୁକ୍ତ ପରିବେଷ୍ଟିନୀ ନାହିଁ । ଚଳିତ ବର୍ଷ ବ୍ୟାଘ୍ର ଦିବସର ଥିମ୍ ରହିଛି ବାଘ ଏବଂ ସେମାନଙ୍କର ପରିବେଷ୍ଟିନୀ । ଯାହାକି ଶିମିଳିପାଳରେ କମି କମି ଆସୁଛି । ଏଥିସହ ଜଙ୍ଗଲର ଘନତ୍ୱ ମଧ୍ୟ କମି କମି ଆସୁଛି । ଗତ କିଛି ବର୍ଷ ମଧ୍ୟରେ ଶିମିଳିପାଳରେ ବାଘ ଶିକାର ମଧ୍ୟ ବୃଦ୍ଧି ପାଇଛି । ଏକାଧିକ ବାଘଙ୍କ ଶିକାରୀ ହାତରେ ମୃତ୍ୟୁ ହୋଇଛି । ବାଘ ଛାଲ ମଧ୍ୟ ଜବତ ହୋଇଛି । ଯାହାକି ବେଶ୍ ଉଦ୍‌ବେଗଜନକ ।

ଅନ୍ୟପକ୍ଷରେ, ପ୍ରତି ଚାରି ବର୍ଷରେ ଥରେ ବାଘ ଗଣନା ହୋଇଥାଏ । ଏହି କ୍ରମରେ ଆସନ୍ତା ବର୍ଷ ବାଘ ଗଣନା ହେବ । ଏନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଶିମିଳିପାଳରେ ବର୍ଷା ରୁତୁ ପରେ ଆରମ୍ଭ ହେବ ବାଘ ଗଣନା । ତେବେ ଏକ ଅଙ୍କରେ ଥିବା ସୀମିତ ଥିବା ବାଘ ସଂଖ୍ୟା ଆସନ୍ତା ବର୍ଷ ବୃଦ୍ଧି ପାଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

Leave a Reply

%d bloggers like this: