ପ୍ରଥମ ଦିନରେ ସ୍କୁଲରେ ଉପସ୍ଥାନ କମ୍

ପ୍ରଥମ ଦିନରେ ସ୍କୁଲରେ ଉପସ୍ଥାନ କମ୍

ପ୍ରଥମ ଦିନରେ ସ୍କୁଲରେ ଉପସ୍ଥାନ କମ୍
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୯ : ସାଢ଼େ ୩ ମାସ ପରେ ଖୋଲିଲା ସ୍କୁଲ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବା ସହ ଆରମ୍ଭ ହୋଇଛି କ୍ଲାସରୁମ୍ ପାଠପଢ଼ା । ପ୍ରାଥମିକ ଭାବେ ଦଶମ ଓ ଯୁକ୍ତ ୨ ଶେଷ ବର୍ଷ ତଥା ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ କ୍ଲାସରୁମ୍ ଶିକ୍ଷା ଦିଆଯାଉଛି । ସ୍କୁଲର ପ୍ରଥମ ଦିନରେ ଅଧିକାଂଶ ଶିକ୍ଷାନୁଷ୍ଠାନରେ ଉପସ୍ଥାନ ବହୁତ କମ୍ ରହିଥିଲା । ହାତଗଣତି ଛାତ୍ରଛାତ୍ରୀ ସ୍କୁଲକୁ ଆସିଥିଲେ । ତେବେ ସରକାରୀ ସ୍କୁଲ ତୁଳନାରେ ଘରୋଇ ସ୍କୁଲରେ ଉପସ୍ଥାନ ଟିକିଏ ଅଧିକ ଥିବା ପରିଲକ୍ଷିତ ହୋଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ଯେଉଁ ବିଦ୍ୟାଳୟରେ ଅଧିକ ପିଲା ପଢ଼ୁଛନ୍ତି ସେଠାରେ ସାମାଜିକ ଦୂରତା କଡ଼ାକଡି଼ ଭାବେ ପାଳନ କରିବାକୁ କୁହାଯାଇଛି । ପ୍ରଥମ ଦିନରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୬୦ ପ୍ରତିଶତରୁ ଅଧିକ ରହିଥିଲା ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ଯେ ପିଲାମାନେ ଆଗ୍ରହର ସହ ସ୍କୁଲ ଆସିବାକୁ ଅପେକ୍ଷା କରିଥିଲେ । ହେଲେ ପ୍ରଥମ ଦିନ ଉପସ୍ଥାନ ସାମାନ୍ୟ କମ୍ ରହିଥିଲା । ସ୍କୁଲ, କଲେଜ ଆସିବାକୁ ପିଲାମାନଙ୍କୁ ବାଧ୍ୟ କରାଯାଇନାହିଁ । ଯେଉଁମାନେ ସ୍କୁଲ ଆସିଥିଲେ ସେମାନେ ସାଙ୍ଗରେ ସହସମ୍ମତିପତ୍ର ଆଣିଥିଲେ । ସ୍କୁଲ ଆସିବା ସମୟରେ ସାମାଜିକ ଦୂରତା ରକ୍ଷା, ସାନିଟାଇଜର ବ୍ୟବସ୍ଥା, ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ପିଲାଙ୍କ ସ୍ୱାସ୍ଥ୍ୟ ହେଉଛି ସବୁଠୁ ଗୁରୁତ୍ୱପୂର୍ନ । ତେଣୁ ଏସ୍‌ଓପିକୁ କଡ଼ାକଡି଼ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

%d bloggers like this: