ରାଉରକେଲାରେ ଛୁଆ ବିକ୍ରି ରାକେଟ୍‌ର ଫର୍ଦ୍ଦାଫାସ୍, ୫ ମହିଳା, ୨ ପୁରୁଷ ଗିରଫ, ପୁଅ ଦାମ୍ ୪ ଲକ୍ଷ, ଝିଅ ୩୦ ହଜାର

ରାଉରକେଲାରେ ଛୁଆ ବିକ୍ରି ରାକେଟ୍‌ର ଫର୍ଦ୍ଦାଫାସ୍ ୫ ମହିଳା, ୨ ପୁରୁଷ ଗିରଫ ପୁଅ ଦାମ୍ ୪ ଲକ୍ଷ, ଝିଅ ୩୦ ହଜାର

ରାଉରକେଲାରେ ଛୁଆ ବିକ୍ରି ରାକେଟ୍‌ର ଫର୍ଦ୍ଦାଫାସ୍
୫ ମହିଳା, ୨ ପୁରୁଷ ଗିରଫ
ପୁଅ ଦାମ୍ ୪ ଲକ୍ଷ, ଝିଅ ୩୦ ହଜାର
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୭ : ସ୍ଟିଲ୍ ସିଟି ରାଉରକେଲାରେ ପିଲା ବିକ୍ରି ହେଉଛନ୍ତି । ଶିଶୁପୁତ୍ରର ଦାମ୍ ୩-୪ ଲକ୍ଷ ହୋଇଥିବାବେଳେ ଶିଶୁ କନ୍ୟାର ୩୦ହଜାର ଟଙ୍କା । ଏହି ଦର ଧାର୍ଯ୍ୟ କରିଛନ୍ତି ଇସ୍ପାତ ସହରରେ ମାତିଥିବା ଶିଶୁ ଚାଲାଣ ର‌୍ୟାକେଟ୍‌ର ସଦସ୍ୟ ଓ ସଦସ୍ୟା । ଏମାନେ ପ୍ରଥମେ ନିରୀହ ଗରିବଙ୍କୁ ଯୋଗାଯୋଗ କରୁଛନ୍ତି । ପିଲା ବିକ୍ରି କରିବାକୁ ଟଙ୍କାର ପ୍ରଲୋଭନ ଦେଖାଯାଉଛନ୍ତି । ଅଭାବ ଅନଟନରେ ଦିନ କାଟୁଥିବା ଗରିବ ଜଣକ ଅର୍ଥ ଲାଳସାରେ ଫସିଯାଇ ଜନ୍ମକଲା ପିଲା ବିକ୍ରି କରୁଛନ୍ତି । ରାଉରକେଲାରେ ପିଲା କିଣାହେଉଥିବାବେଳେ ଝାଡ଼ଖଣ୍ଡ ଓ ରାୟଗଡ଼କୁ ଚାଲାଣ କରାଯାଉଛି । ଏଭଳି ଶିଶୁ ବିକ୍ରି ର‌୍ୟାକେଟ୍‌ର ଫର୍ଦ୍ଦାଫାସ୍ କରିଛି ପୋଲିସ ।
ଏହି ଗ୍ୟାଙ୍ଗ୍‌ର ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏଥିମଧ୍ୟରୁ ୫ଜଣ ମହିଳା ଥିବାବେଳେ ୨ ଜଣ ପୁରୁଷ ଅଛନ୍ତି । ତେବେ ଏହି ଗ୍ୟାଙ୍ଗ୍‌ର ଅନ୍ୟ ଜଣେ ପ୍ରମୁଖ ସଦସ୍ୟ ଫେରାର୍ ହୋଇଯାଇଛି । ପୋଲିସ ତଦନ୍ତ ଜାରି ରଖିଛି । ଏହି ଗ୍ୟାଙ୍ଗ୍‌ର ଦୁଇ ସଦସ୍ୟା ସଙ୍ଗୀତା ଓ ନୀତା ପ୍ରାୟ ୩ ଦିନ ପୂର୍ବରୁ ଟିମ୍ବର କଲୋନୀରେ ରହୁଥିବା ସୀମା ଖୁନ୍ଟିଆଙ୍କୁ ଯୋଗାଯୋଗ କରିଥିଲେ । ଦୁଇ ଅଭିଯୁକ୍ତ ଶ୍ରୀମତୀ ଖୁନ୍ଟିଆଙ୍କୁ ନିଜ ନାତୁଣୀଙ୍କୁ ବିକ୍ରି କରିବାକୁ ପ୍ରଲୋଭିତ କରିଥିଲେ । ଯୋଜନା ମୁତାବକ, ଗତକାଲି ରାତି ପ୍ରାୟ ୮ଟାରେ ନିଜର ଦେଢ଼ବର୍ଷର ନାତୁଣୀକୁ ଧରି ଶ୍ରୀମତୀ ଖୁନ୍ଟିଆ ସେମାନେ କହିଥିବା ସ୍ଥାନକୁ ଯାଇଥିଲେ । କିନ୍ତୁ ସେଠାରେ ସଙ୍ଗୀତା ଓ ନୀତା ବଦଳରେ ସରୀତା ଓ ସୀମା ଏବଂ ଅନ୍ୟ ଜଣେ ପୁରୁଷ ଅଭିଯୁକ୍ତ ଥିଲେ । ଏହା ଦେଖି ଶ୍ରୀମତୀ ଖୁନ୍ଟିଆ ବିରୋଧ କରିଥିଲେ । ହେଲେ ବୁଝାସୁଝା ପରେ ଶ୍ରୀମତୀ ଖୁନ୍ଟିଆ ନିଜ ନାତୁଣୀକୁ ଦେଇଥିଲେ । ପରେ ଟଙ୍କା ଦେବା କଥା କହି ତିନି ଜଣ କେଉଁଆଡ଼େ ଫେରାର ହୋଇଯାଇଥିଲେ । ଶେଷରେ ଶ୍ରୀମତୀ ଖୁନ୍ଟିଆ ପ୍ଲାନ୍ଟସାଇଟ୍ ଥାନାରେ ଏତଲା ଦେଇଥିଲେ ।

Leave a Reply

%d bloggers like this: