ବ୍ୟାଙ୍କରୁ ୩ ଲକ୍ଷ ଲୁଟ୍

ବ୍ୟାଙ୍କରୁ ୩ ଲକ୍ଷ ଲୁଟ୍

ବ୍ୟାଙ୍କରୁ ୩ ଲକ୍ଷ ଲୁଟ୍
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୯: ମୟୂରଭଂଜ ଜିଲ୍ଲା ବହଳଦା ଥାନା ଅଁଳାଯୋଡ଼ି କାନାରା ବ୍ୟାଙ୍କ ଶାଖାରୁ ୩ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଡକାୟତ । ସପ୍ତାହନ୍ତ ସଟ୍‌ଡାଉନ୍ ଶନିବାର ଓ ରବିବାର ଦୁଇଦିନ ବ୍ୟାଙ୍କ ବନ୍ଦ ରହିଥିଲା । ଏହାର ସୁଯୋଗ ନେଇ ଦୁର୍ବୃତମାନେ ବ୍ୟାଙ୍କ କାନ୍ଥକୁ ଶାବଳ, ହାତୁଡ଼ି ଓ ଛେଣିରେ ଭାଙ୍ଗି ଭିତରକୁ ପଶିଥିଲେ ଏବଂ ଗ୍ୟାସ୍ କଟର୍‌ରେ ଷ୍ଟ୍ରଙ୍ଗରୁମ୍ କାଟି ୨ଟି ଲକରରେ ଥିବା ମୋଟ ୩ ଲକ୍ଷ ଟଙ୍କା ନେଇ ପଳାଇଥିଲେ । ତେବେ ଅନ୍ୟ ଲକରଟିକୁ କାଟି ପାରିନଥିବାରୁ ସେଠାରେ ୭ ଲକ୍ଷ ଟଙ୍କା ସୁରକ୍ଷିତ ରହିଛି । ଆଜି କର୍ମଚାରୀମାନେ ବ୍ୟାଙ୍କ ଖୋଲିବା ପରେ ଘଟଣା ସମ୍ପର୍କରେ ଜାଣି ବହଳଦା ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ରାଇରଙ୍ଗପୁର ଏସ୍‌ଡିପିଓ, ଥାନା ଆଇଆଇସି, ବାରିପଦାରୁ ସାଇନ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଂଚିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ଏ ନେଇ ଥାନାରେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରି ହୋଇଛି ।

Leave a Reply

%d bloggers like this: