ମନରେଗାରେ ୧୧କୋଟି ଲୋକଙ୍କୁ କାମ

ମନରେଗାରେ ୧୧କୋଟି ଲୋକଙ୍କୁ କାମ

ମନରେଗାରେ ୧୧କୋଟି ଲୋକଙ୍କୁ କାମ
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୯ : ଗତବର୍ଷ କରୋନା ମହାମାରୀ ବ୍ୟାପିବା ପରେ ଦେଶବ୍ୟାପି କଠୋର ଲକ୍‌ଡାଉନ୍ ଘୋଷଣା କରାଯିବାରୁ ଜୀବନଜୀବିକାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ରୋଜଗାର ଆଶାରେ ସଦର ଯାଇଥିବା ଅନେକ ଲୋକ ନିଜ ଗାଁକୁ ଫେରିବାକୁ ବାଧ୍ୟ ହୋଇଥିଲେ । ସେଭଳି ଲୋକମାନଙ୍କର ସାହାରା ପାଲଟିଥିଲା ମହାତ୍ମା ଗାନ୍ଧୀ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା(ମନରେଗା) । ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଜରିଆରେ ୧୧କୋଟିରୁ ଅଧିକ ଲୋକଙ୍କୁ କାମ ମିଳିଥିଲା । ୨୦୨୧-୨୨ ଆର୍ଥିକ ବର୍ଷରେ ଜୁଲାଇ ୨୩ ତାରିଖ ସୁଦ୍ଧା ୬ କୋଟି ୫୧ ଲକ୍ଷ ଲୋକଙ୍କୁ କାମ ଦିଆଯାଇଛି ।
ଚଳିତ ବର୍ଷ ଓଡ଼ିଶାର ୩୫ଲକ୍ଷ ୩୧ ହଜାର ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି । ମନରେଗା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୧,୧୧,୧୭୦ କୋଟି ଟଙ୍କା ଜାରି କରାଯାଇଥିଲା । ଚଳିତ ବର୍ଷ ଜୁଲାଇ ୨୦ ସୁଦ୍ଧା ଏହି ସ୍କିମ୍ ପାଇଁ ୪୧, ୧୮୭ କୋଟି ଟଙ୍କା ଜାରି କରାଯାଇସାରିଲାଣି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ମନରେଗାରେ ୨୫ ଲକ୍ଷ ସମ୍ପତି ସୃଷ୍ଟି କରାଯାଇଛି । ଚଳିତ ବର୍ଷ ମନରେଗାରେ ଆନ୍ଧ୍ରପ୍ରଦେଶର ସର୍ବାଧିକ ୭୧ ଲକ୍ଷ ୪୬ ହଜାର ଲୋକ କାମ ମାଗିଛନ୍ତି ।

Leave a Reply

%d bloggers like this: