ଛୁଟି ଦିନରେ ବି ମିଳିବ ପେନ୍‌ସନ୍‌

ଛୁଟି ଦିନରେ ବି ମିଳିବ ପେନ୍‌ସନ୍‌

ଛୁଟି ଦିନରେ ବି ମିଳିବ ପେନ୍‌ସନ୍‌
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୫ : ପ୍ରତି ସଂସ୍ଥା ଏକ ନିର୍ଦ୍ଦିଷ୍ଟ ଦିନରେ କର୍ମଚାରୀଙ୍କ ଖାତାରେ ବେତନ ଜମା କରନ୍ତି । ଯଦି ସେହି ଦିନଟି କୈାଣସି ଛୁଟିଦୁନରେ ପଡ଼ିଯାଏ ତେବେ କର୍ମଚାରୀଙ୍କୁ ବେତନ ରାଶି ପାଇବା ଲାଗି ପରବର୍ତୀ କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି । ଅଗଷ୍ଟ ୧ ରୁ ଆଉ ଏହି ସୁବିଧା ରହିବ ନାହିଁ । ଛୁଟିଦିନମାନଙ୍କରେ ମଧ୍ୟ ଲୋକମାନଙ୍କ ଖାତାରେ ପେନ୍‌ସନ୍ ରାଶି ଜମା ହେବ ।
ଜୁନ ମାସର ମୁଦ୍ରାନୀତି ସମୀକ୍ଷା ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ରିକାନ୍ତ ଦାସ ଘୋଷଣା କରିଥିଲେ ଯେ ଏନଏସିଏଚ୍ ସୁବିଧା ଚବିଶ ଘଂଟା ଉପଲବ୍ଧ ହେବ । ବର୍ତମାନ ଏହି ସୁବିଧା କେବଳ ବ୍ୟୀଙ୍କ ଖୋଲା ରହୁଥିବା ଦିନ ମିଳୁଛି । ମାତ୍ର ଏହା ଅଗଷ୍ଟ ୧ରୁ ୨୪ ଘଂଟା ଉପଲବ୍ଧ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଏହି ବ୍ୟବସ୍ଥାରେ ଗୋଟିଏ ଖାତାରୁ ଏକକାଳୀନ ଭାବେ ବହୁ ଖାତାକୁ ପେମେନ୍ଟ କରାଯାଇପାରୁଛି । ବିଦ୍ୟୁତ୍‌, ଗ୍ୟାସ୍‌, ଟେଲିଫୋନ୍‌, ପାଣି ବିଲ୍‌, ଇଏମ୍‌ଆଇ, ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ ଓ ବିମା ପ୍ରିମିଟମ୍ ଆଦିକୁ ମଧ୍ୟ ଏହି ବ୍ୟବସ୍ଥା ଜରିଆରେ ପରିଚାଳନା କରାଯାଉଛି ।

Leave a Reply

%d bloggers like this: