ଚାନୁଙ୍କୁ ମିଳିବ ଆଜୀବନ ଡୋମିନୋଜର ମାଗଣା ପିଜ୍ଜା

ଚାନୁଙ୍କୁ ମିଳିବ ଆଜୀବନ ଡୋମିନୋଜର ମାଗଣା ପିଜ୍ଜା

ଚାନୁଙ୍କୁ ମିଳିବ ଆଜୀବନ ଡୋମିନୋଜର ମାଗଣା ପିଜ୍ଜା
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୫ : ଟୋକିଓ ଅଲମ୍ପିକ୍ସର ପ୍ରଥମ ଦିନରେ ଭାରତକୁ ପ୍ରଥମ ପଦକ ଦେଇ ସମଗ୍ର ଦେଶକୁ ଗର୍ବିତ କରିଥିବା ମୀରାବାଈ ଚାନୁ ନିଜକୁ ଫିଟ୍ ରଖିବା ପାଇଁ ଢେର କିଛି ମାସ ହେବ କଠୋର ଖାଦ୍ୟ ସାରଣୀ ଅନୁସରଣ କରୁଥିଲେ । ଏଥିସହ ବାହାର ଖାଦ୍ୟ ଏବଂ ଫାଷ୍ଟଫୁଡରୁ ମଧ୍ୟ ଦୂରେଇ ରହୁଥିଲେ ।
ଅଲମ୍ପିକ୍ସରେ ପଦକ ଜିତିବା ଥିଲା ମୀରାଙ୍କ ସ୍ୱପ୍ନ । ଏଣୁ ସ୍ୱପ୍ନର ପଦକ ଜିତିବା ପରେ ତାଙ୍କୁ ପିଜ୍ଜା ଖାଇବାର ଭାରି ଇଚ୍ଛା ଥିଲା । ପ୍ରଶିକ୍ଷକ ବିଜୟ କୁମାର ଶର୍ମା ମଧ୍ୟ ମୁଣ୍ଡ ହଲାଇ ଏଥିରେ ସମ୍ମତି ପ୍ରକାଶ କରିଥିଲେ । ବହୁରାଷ୍ଟ୍ରୀୟ କମ୍ପାନୀ ଡୋମିନୋଜ୍ ପିଜ୍ଜା ଏହା ଜାଣିବା ପରେ ତାଙ୍କୁ ଆଜୀବନ ମାଗଣା ପିଜ୍ଜା ଦେବାକୁ ଇଚ୍ଛା ପ୍ରକାଶ କରିଥିଲା । ଡୋମିନୋଜ୍ ପିଜ୍ଜା କମ୍ପାନି ନିଜ ଟ୍ୱଟର ଆକାଉନ୍ଟରେ ଟ୍ୱିଟ୍ କରି କହିଛି ଯେ ମୀରାବାଇ ଚାନୁ ଖାଇବା ପାଇଁ ଅପେକ୍ଷା କରନ୍ତୁ ବୋଲି ଆମେ କେବେ ବି ଚାହିଁବୁ ନାହିଁ । ସେଥିପାଇଁ ଆମେ ତାଙ୍କୁ ଆଜୀବନ ମାଗଣାରେ ପିଜ୍ଜା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଉଛୁ । ଏପରିକି ଚାନୁ ଜିତିବାର ମାତ୍ର ୩ ଘଂଟା ପରେ ଡୋମିନୋଜ୍ ପୂର୍ବ ଇମ୍ପାଲସ୍ଥିତ ଚାନୁଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଅଭିନନ୍ଦନ ଜଣାଇବା ସହ ପିଜ୍ଜା ପ୍ୟାକେଟ୍ ପ୍ରଦାନ କରିଥିଲେ ।

Leave a Reply

%d bloggers like this: