‘ମନ୍ କି ବାତ୍‌’ରେ ଈଶାକମୁଣ୍ଡାଙ୍କୁ ପ୍ରଶଂସା କଲେ ମୋଦି

‘ମନ୍ କି ବାତ୍‌’ରେ ଈଶାକମୁଣ୍ଡାଙ୍କୁ ପ୍ରଶଂସା କଲେ ମୋଦି

‘ମନ୍ କି ବାତ୍‌’ରେ ଈଶାକମୁଣ୍ଡାଙ୍କୁ ପ୍ରଶଂସା କଲେ ମୋଦି
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୬ : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ଝାଙ୍କରପାଲି ପଂଚାୟତ ବାବୁପାଲି ଗାଁର ଈଶାକ ମୁଣ୍ଡା ଜଣେ ଅର୍ନ୍ତଜାତୀୟ ୟୁଟ୍ୟୁବର୍ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜି ଆକାଶବାଣୀରେ ପ୍ରସାରିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ଈଶାକଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ଲକଡାଉନରେ ବ୍ଲଗ୍ ବନାଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ୟୁଟୁବର୍ ଈଶାକ । ଅନେକ ଗଣମାଧ୍ୟମ ସଂସ୍ଥା ତାଙ୍କ ସମ୍ପର୍କରେ ଖବର ପ୍ରସାରଣ କରିଥିଲେ । ସାମାଜିକ ଗଣମାଧ୍ୟମରେ ଏହି ଖବର ବେଶ୍ ଭାଇରାଲ ହୋଇଥିଲା ।
ଆଜି ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିବାର ପ୍ରାୟ ୧୨ ମିନିଟ୍ ପରେ ଈଶାକଙ୍କ ସମ୍ପର୍କରେ କହିଥିଲେ । ଇନଟରନେଟ୍‌କୁ ସଦୁପଯୋଗ କରି ଜଣେ ଆତ୍ମନିର୍ଭରଶୀଳ ହୋଇପାରିବ ଓ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବ ବୋଲି ମୋଦି କହିଥିଲେ । ସେ ସମ୍ପର୍କରେ ଉଦାହରଣ ଦେଇ ମୋଦି ଈଶାକଙ୍କ କଥା କହିଥିଲେ । ଈଶାକ ଦିନେ ଦିନମଜୁରିଆ ଭାବେ କାମ କରି ପରିବାର ଚଳାଉଥିଲେ, ହେଲେ ଏବେ ସେ ଇନଟରନେଟ୍ ସେନସେସନ୍ ପାଲଟି ଯାଇଛନ୍ତି । ୟୁଟ୍ୟୁବରେ ନିଜ ସଂପ୍ରଦାୟ କଥା, ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ, ପରମ୍ପରା ଓ ପରିବାର ସମ୍ପର୍କରେ ଭିଡିଓ ଅପଲୋଡ୍ କରୁଛନ୍ତି । ମୋଦି ପ୍ରାୟ ଗୋଟିଏ ମିନିଟ୍ ୫୦ ସେକେଣ୍ଡ ଈଶାକଙ୍କ ଉପରେ ଏହିସବୁ ଆଲୋଚନା କରୁଥିଲେ ।

Leave a Reply

%d bloggers like this: