ଝିଅ ଅନ୍ୟ ଜାତିର ବାହା ହେଲା ବୋଲି ବଳି ପକାଇ ଗାଁକୁ ପବିତ୍ର କରାଇଲେ ଗ୍ରାମବାସୀ

ଝିଅ ଅନ୍ୟ ଜାତିର ବାହା ହେଲା ବୋଲି ବଳି ପକାଇ ଗାଁକୁ ପବିତ୍ର କରାଇଲେ ଗ୍ରାମବାସୀ

ଝିଅ ଅନ୍ୟ ଜାତିର ବାହା ହେଲା ବୋଲି ବଳି ପକାଇ ଗାଁକୁ ପବିତ୍ର କରାଇଲେ ଗ୍ରାମବାସୀ
ମେଟ୍ରୋ ଟିଭି ଜୁଲାଇ/୨୬ : ଗାଁ ଦାଣ୍ଡରେ ବସିଛନ୍ତି ଲୋକ । ସାମ୍ନାରେ ରହିଛି କୁକୁଡ଼ା ଏବଂ ଛେଳି । ଚାଲିଛି ପୂଜାର୍ଚ୍ଚନା । ଭିନ୍ନ ଜାତିରେ ବିବାହ କରିଥିବା ଝିଅ ପାଇଁ ଗ୍ରାମ ଅପବିତ୍ର ହୋଇଥିବାରୁ ଗ୍ରାମକୁ ପବିତ୍ର କରାଯାଉଛି । ଏବେ ବି ସମାଜରେ ବଂଚିରହିଛି ଅନ୍ଧବିଶ୍ୱାସ । ପରମ୍ଫରା ନାମରେ ଚାଲିଛି ଏମିତି କାଣ୍ଡ କାରନାମା । ଏ ଅଜବ ଦୃଶ୍ୟ ହେଉଛି ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ୍ ଅଧିନ ପାହାଡ଼ ଜଙ୍ଗଲ ଘେରା ଆଦିବାସୀ ଅଧୁଷିତ ଶରତ ଅଂଚଳର ।
ଶରତ ଥାନା ଅଧିନ ସିଲେଇପୋଖରୀ ଗ୍ରାମର ଜଣେ ସାନ୍ତାଳୀ ସଂପ୍ରଦାୟର ଝିଅ ଜଣେ ମୁଣ୍ଡାରୀ ସଂପ୍ରଦାୟର ପୁଅକୁ ପ୍ରେମ କରି ବିବାହ କରିଥିଲେ । ଯାହାକୁ ବିରୋଧ କରି ଗ୍ରାମରେ ହୋଇଥିଲା ବୈଠକ । ଝିଅଟି ଅନା ଜାତିରେ ବିବାହ କରିଥିବାରୁ ଗ୍ରାମ ଅପବିତ୍ର ହୋଇଯାଇଥିଲା ବୋଲି ଗ୍ରାମବାସୀ କହିଲେ । ତେଣୁ ସଂପ୍ରଦାୟର ପରମ୍ପରା ଅନୁସାରେ ଝିଅର ବାପାକୁ ଗ୍ରାମ ପବିତ୍ର କରିବା ନିମନ୍ତେ ପୂଜାର୍ଚ୍ଚନା କରିବାକୁ କୁହାଯାଇଥିଲା । ଝିଅର ବାପା ଏହି ପୂଜା କରିବା ସହ ବୋଦା ଓ ତିନିଟି କୁକୁଡ଼ା, ଚାଉଳ ଆଦି ସାମଗ୍ରୀ ଗ୍ରାମର ମୁଖିଆଙ୍କୁ ଦେଇଥିଲେ । ପରେ ବଳି ଦିଆଯାଇଥିବା ବୋଦା ଓ କୁକୁଡ଼ା ରକ୍ତକୁ ପାଣିରେ ମିଶାଇ ପୂରା ଗ୍ରାମରେ ସିଂଚନ କରାଯାଇଥିଲା । ତେବେ ଏମିତି ପ୍ରଥା, ପରମ୍ପରା ଆଳରେ ମଣିଷ ଅନ୍ଧବିଶ୍ୱାସକୁ ପ୍ରଶୟ ଦେଉଥିବା ଚର୍ଚ୍ଚା ହେଉଛି ।

Leave a Reply

%d bloggers like this: