କରୋନା କାଳରେ ଦୁର୍ବିସହ ହୋଇପଡ଼ିଛି ବୋଟ ଚାଳକଙ୍କ ଜୀବନ, ଭିତରକନିକାରେ ରୋଜଗାର ହରାଇଛନ୍ତି ବୋଟ ଚାଳକ ଓ ମାଲିକ

କରୋନା କାଳରେ ଦୁର୍ବିସହ ହୋଇପଡ଼ିଛି ବୋଟ ଚାଳକଙ୍କ ଜୀବନ ଭିତରକନିକାରେ ରୋଜଗାର ହରାଇଛନ୍ତି ବୋଟ ଚାଳକ ଓ ମାଲିକ

କରୋନା କାଳରେ ଦୁର୍ବିସହ ହୋଇପଡ଼ିଛି ବୋଟ ଚାଳକଙ୍କ ଜୀବନ
ଭିତରକନିକାରେ ରୋଜଗାର ହରାଇଛନ୍ତି ବୋଟ ଚାଳକ ଓ ମାଲିକ
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୫ : କେନ୍ଦ୍ରାପଡ଼ା ଜିଲ୍ଲା ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ତ୍ରିକୋଣ ଭୂମିରେ ଅବସ୍ଥିତ ଭିତରକନିକା ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ । ଭିତରକନିକାକୁ ଆସୁଥିବା ପର୍ଯ୍ୟଟକମାନେ ଜଳପଥରେ ପ୍ରକୃତିର ସୈାନ୍ଦର୍ଯ୍ୟକୁ ଉପଭୋଗ କରନ୍ତି । ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭରଶୀଳ ଲୋକେ ପର୍ଯ୍ୟଟକଙ୍କୁ ବୋଟ ଯୋଗେ ନେଇ ଦୁଇ ପଇସା ରୋଜଗାର କରନ୍ତି । କିନ୍ତୁ ଗତବର୍ଷଠାରୁ ଚଳିତ ବର୍ଷ ଯାଏଁ କରୋନା ମହାମାରୀ ଯୋଗୁଁ ବିଶେଷ ଭାବରେ ବୋଟ ଚଳାଉଥିବା ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ରାଜନଗର ବ୍ଲକର ଖୋଳାଠାରେ ୨୧ଟି ବେସରକାରୀ ବୋଟ ଥିବାବେଳେ ଗୁପ୍ତରେ ୧୧ଟି ବୋଟ ରହିଛି । ଏହି ୩୨ଟି ବୋଟ ମାଲିକ ଓ ବୋଟରେ କାମ କରୁଥିବା କର୍ମଚାରୀ ଦୀର୍ଘଦିନ ହେଲା କାମ ହରାଇ ବସିଛନ୍ତି ।
କୁମ୍ଭୀର ପ୍ରଜନନ ରୁତୁ ପୀଇଁ ପ୍ରତିବର୍ଷ ମେ ୧ରୁ ଜୁଲାଇ ୩୧ ତାରିଖ, ୩ ମାସ ଧରି ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥାଏ । କରୋନା ମହାମାରୀ ପାଇଁ ଗତବର୍ଷ ମାର୍ଚ୍ଚ ମାସରୁ ସେପ୍ଟେମ୍ବର ଯାଏଁ ଭିତରକନିକା ବନ୍ଦ ରହିଥିଲା । ଅକ୍ଟୋବର ୧ରୁ କେବଳ ରାତ୍ରୀଯାପନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଖୋଲା ଥିଲା । ଅକ୍ଟୋବର ୧୯ରୁ ଦିନ ଓ ରାତି ମିଶି ଦୈନିକ ୫ଶହ ପର୍ଯ୍ୟଟକ ପାଇଁ ଅନୁମତି ମିଳିଥିଲା ।

Leave a Reply

%d bloggers like this: