ରାଜ୍ୟରେ ୧୮୩୩ ଆକ୍ରାନ୍ତ, ୨୧୦୮ ସୁସ୍ଥ, ଖୋର୍ଦ୍ଧାରେ ୨୪, ଅନୁଗୁଳରେ ୧୦ ମୃତ୍ୟୁ

କେରଳରେ କରୋନା ଅଣାୟତ୍ତ

ରାଜ୍ୟରେ ୧୮୩୩ ଆକ୍ରାନ୍ତ, ୨୧୦୮ ସୁସ୍ଥ
ଖୋର୍ଦ୍ଧାରେ ୨୪, ଅନୁଗୁଳରେ ୧୦ ମୃତ୍ୟୁ
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୬ : ଆଜି ରାଜ୍ୟରେ ୧୮୩୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୧୦୮ ଜଣ ସୁସ୍ଥ ହୋଇଛନ୍ତି । ମୋଟ୍ ୭୧, ୦୩୯ ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ଏତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ ତୁଳନାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହୁଥିବାରୁ ରାଜ୍ୟର ଟେଷ୍ଟ ପଜିଟିଭ ରେଟ୍ ୨.୫୮ ଶତକଡ଼ା ରହିଛି । ସ୍ୱ୍ୟାସ୍ଥ୍ୟ ବିଭାଗର ସୂଚନାନୁଯାୟୀ, ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୯୦ ଜଣ, କଟକରୁ ୨୪୩ ଜଣ, ବାଲେଶ୍ୱରରୁ ୧୨୯ ଜଣ, ଯାଜପୁରରୁ ୧୧୦ଜଣ, ପୁରୀରୁ ୧୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବୈାଦ୍ଧରୁ ଆଜି ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଅପରପକ୍ଷେ ଆଜି ୬୭ ଜଣଙ୍କର ମୃତ୍ୟୁ ଦର୍ଶାଯାଇଥିବାବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୫୫୧୨ରେ ପହଂଚିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । କେନ୍ଦୁଝରରେ ୧୦ଜଣ ଓ ଅନୁଗୁଳରେ ବି ୧୦ଜଣଙ୍କର ମୃତ୍ୟୁ ହୋଇଥବା କୁହାଯାଇଛି ।

Leave a Reply

%d bloggers like this: