ମୀରାଙ୍କ ପରେ ଆଜି ସିନ୍ଧୁ, ବ୍ୟାଡମିଟନରେ କେସେନିଆଙ୍କୁ ହରାଇ ବିଜୟୀ ହେଲେ ସିନ୍ଧୁ

ମୀରାଙ୍କ ପରେ ଆଜି ସିନ୍ଧୁ ବ୍ୟାଡମିଟନରେ କେସେନିଆଙ୍କୁ ହରାଇ ବିଜୟୀ ହେଲେ ସିନ୍ଧୁ

ମୀରାଙ୍କ ପରେ ଆଜି ସିନ୍ଧୁ
ବ୍ୟାଡମିଟନରେ କେସେନିଆଙ୍କୁ ହରାଇ ବିଜୟୀ ହେଲେ ସିନ୍ଧୁ
ମେଟ୍ରୋ ଟିଭି ଜୁଲାଇ/୨୫ : ଟୋକିଓ ଅଲମ୍ପିକ୍ସରେ ଭାରତ ପ୍ରଥମ ପଦକ ପାଇସାରିଥିବାବେଳେ ଆଜିର ଦିନ ଉପରେ ସମସ୍ତଙ୍କ ନଜର ଥିଲା । ହେଲେ ଭାରତ ପାଇଁ ଆଜିର ଦିନ କିଛି ଖଟା ମିଠା ସାବ୍ୟସ୍ତ ହୋଇଛି । ଆଜି ବ୍ୟାଡମିଟନରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛନ୍ତି ପି.ଭି ସିନ୍ଧୁ । ସକାଳ ୭ ଟା ୧୦ରେ ଖେଳାଯାଇଥିବା ମ୍ୟାଚରେ ପି.ଭି ସିନ୍ଧୁ ଇସ୍ରାଏଲର କେସେନିଆ ପୋଲିକାରପୋଭାଙ୍କୁ ପରାସ୍ତ କରିଛନ୍ତି । ୨୧-୭,୨୧-୧୦ ଗେମରେ ମାତ୍ର ୨୯ ମିନିଟରେ କେସେନିଆଙ୍କୁ ସିନ୍ଧୁ ପରାସ୍ତ କରିଥିଲେ ।
ସିନ୍ଧୁ ତାଙ୍କ ପରବର୍ତୀ ମ୍ୟାଚ ଜୁଲାଇ ୨୮ରେ ଚଙ୍ଗ ନେଙ୍ଗ ୟିଙ୍ଗ ସହିତ ଖେଳିବେ । ଅନ୍ୟପଟେ ଆଜି ସାନିଆ ମିର୍ଜା ଓ ଅଙ୍କିତା ରାଇନା ଡବଲ୍ସ ଯୋଡ଼ି ପ୍ରଥମ ରାଉଣ୍ଡରୁ ବାହାରି ଯାଇଛନ୍ତି । ସାନିଆ ମିର୍ଜା ଓ ଅଙ୍କିତା ରାଇନାଙ୍କ ଯୋଡ଼ି ପ୍ରଥମ ସେଟକୁ ୬-୦ରେ ଜିତିଥିଲେ । ହେଲେ ୟୁକ୍ରେନର ନାଦିଆ ଓ ଲ୍ୟୁଡମାୟଲା ପରବର୍ତୀ ସେଟ ଜିତିବା ସହ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ । ଫଳରେ ଭାରତରେ ମହିଳା ଡବଲ୍ସରେ ପଦକ ଜିତିବାର ସମ୍ଭାବନା ଶେଷ ହୋଇଛି ।
ଭାରୋତୋଳନକାରୀ ମୀରାବାଈ ଚାନୁ ରୈାପ୍ୟ ପଦକ ଜିତି ଭାରତକୁ ପ୍ରଥମ ମେଡାଲ ଦେବାପରେ ଆଜିର ଖେଳ ଉପରେ ସମସ୍ତଙ୍କ ନଜର ଥିଲା । କିନ୍ତୁ ଭାରତୀୟ ଖେଳାଳି ଆଜି ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି ।

Leave a Reply

%d bloggers like this: