କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା !

୭ ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା !
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୫ : ବଁଅରପ।।ଳ ଥାନା ମହୀଧରପୁର ଫାଣ୍ଡି ଅଂଚଳରେ ଆଜି ସକାଳେ ଜଣେ କଲେଜ ଛାତ୍ରୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀଜଣକ ଗାଁ ପାଖ ନାଳକୁ ଏକାକୀ ଗୋଧୋଇବାକୁ ଯାଇଥିବାବେଳେ ଜଣେ ଦୁର୍ବୃତ ତାଙ୍କୁ ଦୁଷ୍କର୍ମ ପରେ ତଂଟିଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପାରିପାଶ୍ୱିର୍କ ସ୍ଥିତିରୁ ଏହି ଘଟଣାରେ ଏକାଧିକ ଦୁର୍ବୃତ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ଏଥିପାଇଁ ଗାଁରେ ଉତେଜନା ପ୍ରକାଶ ପାଇଛି । ପୋଲିସ ଚାରିଜଣ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି ।
ସୂଚନାନୁଯାୟୀ, ଉକ୍ତ ଛାତ୍ରୀ ଜଣକ ଯୁକ୍ତତିନି କଳା ଶେଷ ବର୍ଷରେ ପଢ଼ୁଥିଲେ । ଆଜି ସକାଳେ ଗାଧୋଇବାକୁ ଯାଇଥିବାବେଳେ ଏକ ଘଂଟାରୁ ଅଧିକ ସମୟ ହୋଇଯିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଏହାପରେ ନାଳଠାରୁ କିଛି ଦୂରରେ ଏକ ଲଟାବୁଦାରେ ତାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ଦେଖିଥିଲେ । ବାପା ଏ ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ । ଅଟକ ଚାରି ଯୁବକଙ୍କୁ ପଚରାଉଚରା କରି ଘଟଣାର ତଦନ୍ତ ଚଳାଇଛି ।

Leave a Reply

%d bloggers like this: