ଗ୍ୟାଙ୍ଗଷ୍ଟାର ହାଇଦରର ପୋଷ୍ଟମର୍ଟମ

ଗ୍ୟାଙ୍ଗଷ୍ଟାର ହାଇଦରର ପୋଷ୍ଟମର୍ଟମ

ଗ୍ୟାଙ୍ଗଷ୍ଟାର ହାଇଦରର ପୋଷ୍ଟମର୍ଟମ
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୫ : ଗ୍ୟାଙ୍ଗଷ୍ଟାର ହାଇଦରକୁ ଗତକାଲି ଏନକାଉନଟର କରାଯାଇଥିବାବେଳେ ହସ୍ପିଟାଲରେ ତାର ମୃତ୍ୟୁ ହୋଇଥିଲା । ହାଇଦରର ମୃତ ଶରୀରର ପୋଷ୍ଟମର୍ଟମ କରିବା ପାଇଁ ଅନୁମତି ମିଳିବା ପରେ ଆଜି ଦୀର୍ଘ ସମୟ ଧରି ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ପୋଷ୍ଟମର୍ଟମ କରାଯାଇଥିଲା । ପୋଲିସ ଉପସ୍ଥିତିରେ ୬ ଜଣ ଡାକ୍ତର ମୃତ ଶରୀରର ବ୍ୟବଚ୍ଛେଦ କରିଛନ୍ତି । ପୂରା ପ୍ରକ୍ରିୟାର ଭିଡିଓ ରେକଡିଂ ମଧ୍ୟ କରାଯାଇଛି ।
କଡ଼ା ସୁରକ୍ଷା ମଧ୍ୟରେ ମାଜିଷ୍ଟ୍ରେଟର ଉପସ୍ଥିତିରେ ହାଇଦରର ପୋଷ୍ଟମର୍ଟମ ଶେଷ ହୋଇଛି । ଡାକ୍ତରଙ୍କ ସୂଚନା ଅନୁସାରେ ହାଇଦରର ଶରୀରରୁ ୪ଟି ଗୁଳି ବାହାରିଛି । କାଲି ଏନକାଉନଟରବେଳେ ୩ ରାଉଣ୍ଡ ଗୁଳି ଚାଳନା କରାଯାଇଥିବାବେଳେ ପୂର୍ବରୁ ହାଇଦର ଶରୀରରେ ଗୋଟିଏ ଗୁଳି ରହିଥିବା ସୂଚନା ଦେଇଛନ୍ତି ଡାକ୍ତର । ତେବେ ଶବବ୍ୟବଚ୍ଛେଦ ପରେ ହାଇଦରର ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ସୂଚନାନୁସାରେ ଗତକାଲି ହାଇଦରକୁ କଟକ ଚୈାଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବାବେଳେ ସୁରକ୍ଷାକର୍ମୀଙ୍କ କବଳରୁ ଖସିଯିବାକୁ ଚେଷ୍ଟା କରିଥିଲା ହାଇଦର । ଏହାପରେ ବାରମ୍ବାର ପୋଲିସର ଚେତାବନୀ ସତ୍ୱେ ହାଇଦର ମାନିନଥିବାରୁ ବାଧ୍ୟ ହୋଇ ଏନକାଉନଟର କରିବାକୁ ପଡ଼ିଲା ବୋଲି ପୋଲିସ କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଥିଲେ ।

Leave a Reply

%d bloggers like this: