ଖଣ୍ଡଗିରି ଜଙ୍ଗଲରେ ଶହେ ପ୍ରଜାତିର ଔଷଧିୟ ବୃକ୍ଷ

ଖଣ୍ଡଗିରି ଜଙ୍ଗଲରେ ଶହେ ପ୍ରଜାତିର ଔଷଧିୟ ବୃକ୍ଷ

ଖଣ୍ଡଗିରି ଜଙ୍ଗଲରେ ଶହେ ପ୍ରଜାତିର ଔଷଧିୟ ବୃକ୍ଷ
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୫ : କରୋନା ମହାମାରୀ ମୁକାବିଲା ପାଇଁ ଆଜିକାଲି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି । ଖଣ୍ଡଗିରି ପାହାଡ଼ରେ ଥିବା ଗୁଳୁଚି ନାମକ ପତ୍ର ଏଥିପାଇଁ ଖୁବ୍ ଉପଯୋଗୀ । କେବଳ ନିର୍ଦ୍ଦିଷ୍ଟ କେତେକ ଔଷଧିୟ ବୃକ୍ଷ ନୁହେଁ ଖଣ୍ଡଗିରି ପାହାଡ଼ରେ ଏହିଭଳି ୧୦୦ ପ୍ରଜାତିର ଔଷଧିୟ ଗଛ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଔଷଧ ଭଳି କାର୍ଯ୍ୟ କରେ ।
ଫନି ସମୟରେ ଖଣ୍ଡଗିରି ପାହାଡ଼ରେ ଥିବା ଗଛ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହାକୁ ନେଇ ଓଡି଼ଶା ବାୟୋଡାଇଭର୍ସିଟି ବୋର୍ଡର ବରିଷ୍ଠ ବୈଜ୍ଞାନିକ ପ୍ରସାଦ କୁମାର ଦାସ ସର୍ଭେ କରିଛନ୍ତି । ଏହି ସର୍ଭେରୁ ଜଣାପଡ଼ିଛି ଯେ ଫନି ପରେ ଜଙ୍ଗଲର ଘନତ୍ୱ ପ୍ରଭାବିତ ହୋଇଛି । ଫନି ପରେ ଯେଉଁ ଗଛ ନଷ୍ଟ ହୋଇଛି ତାକୁ ଇକୋ ରିଷ୍ଟ୍ରୋରେସନ ଜରିଆରେ ବ୍ୟବସ୍ଥା, ବୈଜ୍ଞାନିକ ଓ ସାଧାରଣ ନାମ ଲେଖାଯିବା ସହିତ ଏହାର ବ୍ୟବହାର ସମ୍ପର୍କରେ ସାଇନବୋର୍ଡ ଜରିଆରେ ଅବଗତ କରାଯାଇପାରିବ । ଯେପରିକି ପର୍ଯ୍ୟଟକ, ଗବେଷକ ଏବଂ ବିଦ୍ୟାର୍ଥୀମାନେ ଏଠାକୁ ଆସିଲେ ଏ ସମ୍ପର୍କରେ ଜାଣିପାରିବେ । କିଛିଦିନ ପୂର୍ବରୁ ଓପେସା ପକ୍ଷରୁ ପିଲାଙ୍କ ପାଠପଢ଼ା କେବଳ କ୍ଲାସରୁମ ଭିତରେ ସୀମିତ ନରଖିବାକୁ କୁହାଯାଇଛି ।

Leave a Reply

%d bloggers like this: