ଭାରତକୁ ସ୍ୱର୍ଣ୍ଣ ଆଣିଲେ ସୁନା ଝିଅ ପ୍ରିୟା

ଭାରତକୁ ସ୍ୱର୍ଣ୍ଣ ଆଣିଲେ ସୁନା ଝିଅ ପ୍ରିୟା

ଭାରତକୁ ସ୍ୱର୍ଣ୍ଣ ଆଣିଲେ ସୁନା ଝିଅ ପ୍ରିୟା
ମେଟ୍ରୋ ଟିଭି ଜୁଲାଇ/୨୫ : ବିଶ୍ୱ କ୍ୟାଡେଟ୍ କୁସ୍ତିରେ ଭାରତକୁ ସ୍ୱର୍ଣ୍ଣ ପଦକ ଆଣିଲେ ଭାରତର ସୁନା ଝିଅ ପ୍ରିୟା ମଲ୍ଲିକ । ବୁଲଗେରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରିୟା । ରେଙ୍ଗଲର ପ୍ରିୟା ମଲ୍ଲିକ ହଙ୍ଗେରୀରେ ଅନୁଷ୍ଠିତ ବିଶ୍ୱ ରେସଲିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି । ଏହି ଅବସରରରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ହରିୟାଣାର କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂହ ତାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।
ଦେଶକୁ ଏକ ଆନ୍ତର୍ଜାତୀୟ ସ୍ତରରେ ଗର୍ବିତ କରାଇଛନ୍ତି ପ୍ରିୟା ମଲ୍ଲିକ । ଗତକାଲି ଟୋକିଓ ଅଲମ୍ପିକ୍ସରେ ମୀରାବାଈ ଚାନୁ ରୈାପ୍ୟ ପଦକ ଜିତି ଦେଶ ପାଇଁ ଗୈାରବ ଆଣିଥିଲେ । ଏହାର ଠିକ୍ ଦିନକ ପରେ ଦେଶକୁ ପୁଣିଥରେ ଗର୍ବିତ କରାଇଛନ୍ତି ଆଉ ଜଣେ ମହିଳା ରେସଲର ପ୍ରିୟା ।

Leave a Reply

%d bloggers like this: