ଟୋକିଓ ଅଲମ୍ପିକ୍ସରେ ବିଜୟ ଅଭିଯାନ ଆରମ୍ଭ କଲେ ବକ୍ସିଙ୍ଗ ଷ୍ଟାର ମେରି କମ୍, ୪-୧ରେ ପ୍ରତିଦ୍ୱନ୍ଦୀକୁ କଲେ ପରାସ୍ତ

ଟୋକିଓ ଅଲମ୍ପିକ୍ସରେ ବିଜୟ ଅଭିଯାନ ଆରମ୍ଭ କଲେ ବକ୍ସିଙ୍ଗ ଷ୍ଟାର ମେରି କମ୍ ୪-୧ରେ ପ୍ରତିଦ୍ୱନ୍ଦୀକୁ କଲେ ପରାସ୍ତ

ଟୋକିଓ ଅଲମ୍ପିକ୍ସରେ ବିଜୟ ଅଭିଯାନ ଆରମ୍ଭ କଲେ ବକ୍ସିଙ୍ଗ ଷ୍ଟାର ମେରି କମ୍
୪-୧ରେ ପ୍ରତିଦ୍ୱନ୍ଦୀକୁ କଲେ ପରାସ୍ତ
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୫ : ଟୋକିଓ ଅଲମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କଲେ ଭାରତର ବକ୍ସିଙ୍ଗ ଷ୍ଟାର ମେରି କମ୍ । ପ୍ରଥମ ମୁକାବିଲାରେ ସହଜ ବିଜୟ ହାସଲ କରିଛନ୍ତି ସେ । ୪୮ରୁ ୫୧ କିଲୋବର୍ଗରେ ଡୋମିନିକାର ମିଗୁଏଲିନା ହର୍ନାଡିଜ୍ ଗୀର୍ସିୟାଙ୍କୁ ୪-୧ରେ ପରାସ୍ତ କରିଛନ୍ତି । ଏହି ବିଜୟ ସହ ମେରିକମ୍ ପ୍ରି-କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି । ମେରିକମ୍ ଆସିବା ମାତ୍ରେ ଆଟାକ୍ ଆରମ୍ଭ କରିଦେଇଥିଲେ । ତାଙ୍କ ପରବର୍ତୀ ମୁକାବିଲା ଜୁଲାଇ ୨୯ ତାରିଖରେ କଲମ୍ବିଆର ଭିକ୍ଟୋରିଆଙ୍କ ସହ ହେବ ।
ଚଳିତ ବର୍ଷ ଶେଷ ଥର ପାଇଁ ଅଲମ୍ପିକ ଖେଳୁଛନ୍ତି ମେରିକମ୍ । ୬ ଥର ବିଶ୍ୱ ଚାମ୍ପିଆନ୍ ଥିବା ଏମ୍ ସି ମେରିକମ୍ ୫୧ କିଲୋ ବର୍ଗରେ ଫ୍ଲାଇଭେଟ ବର୍ଗର ରାଉଣ୍ଡ ୩୨ ତୁଳନାରେ ଡୋମିନିକା ଗଣରାଜ୍ୟର ମିଗୁଏଲିନା ହର୍ନାଡିଜ୍ ଗାର୍ସିୟାଙ୍କୁ ପରାସ୍ତ କରିଛନ୍ତି । ଆଜିର ଉଦଘାଟନୀ ରାଉଣ୍ଡରେ ସେ ନିଜ ଠାରୁ ୧୫ ବର୍ଷ ସାନ ଗାର୍ସିୟାଙ୍କୁ କଡ଼ା ଟକ୍କର ଦେଇ ଅଲମ୍ପିକ୍ସ ଗେମ୍ସର ପ୍ରି-କ୍ୱାଟର ଫାଇନାଲରେ ପହଂଚିଛନ୍ତି ।

Leave a Reply

%d bloggers like this: