ରାଜ୍ୟରେ ଗତ ୨୪ ଘଂଟାରେ ୧୭୩୩ ପଜିଟିଭ ଚିହ୍ନଟ, ୬୭ ମୃତ

ରାଜଧାନୀରେ ୧୯୭ କରୋନା ଆକ୍ରାନ୍ତ

ରାଜ୍ୟରେ ଗତ ୨୪ ଘଂଟାରେ ୧୭୩୩ ପଜିଟିଭ ଚିହ୍ନଟ, ୬୭ ମୃତ
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୫ : ରାଜ୍ୟରେ ଗତ ୨୪ ଘଂଟାରେ ୧୮୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୬୬ ଜଣ କ୍ୱାରେନଟାଇନରେ ଥିଲେ ଓ ବାକି ୭୭୧ଟି ଲୋକାଲ କେସ୍ । ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୭ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୧୨କୁ ବୃଦ୍ଧି ପାଇଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୦ଜଣ ଥିବାବେଳେ କଟକରୁ ୨୪୩, ପୁରୀରୁ ୧୩୯, ବାଲେଶ୍ୱରରୁ ୧୨୯ ଯାଜପୁରରୁ ୧୧୦ ଜଣ ଅଛନ୍ତି । ସେହିପରି ଅନୁଗୋଳ ଜିଲ୍ଲାର ୭୭ ଜଣ ଚିହ୍ନଟ ହୋଇଥିବାବେଳେ ବରଗଡ଼ରୁ ୧୦, ଭଦ୍ରକରୁ ୮୯, ବଲାଙ୍ଗିରରୁ ୨, ଦେବଗଡ଼ରୁ ୬, ଢେଙ୍କାନାଳରୁ ୧୩, ଗଜପତିରୁ ୧୬, ଗଂଜାମରୁ ୯, ଜଗତସିଂହପୁରରୁ ୬୧, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୬, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୮୭, କେନ୍ଦୁଝରରୁ ୨୪, କୋରାପୁଟରୁ ୯, ମାଲକାନାଗିରିରୁ ୧୯, ମୟୁରଭଂଜରୁ ୫୯, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୨୮, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୨୩, ସୋନପୁରରୁ ୧୦ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪୭ ଜଣ ଚିହ୍ନଟ ହୋଇଛନ୍ତି ।
୧୮୩୩ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୭ ହଜାର ୫୮୪ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୪୩ ହଜାର ୬୯ ଜଣ ସୁସ୍ଥ ହୋଇସାରିଛନ୍ତି । ୧୮ ହଜାର ୯୧୪ ଜଣ ଚିକିତ୍ସାଧୀନ ଅଛନ୍ତି ।

Leave a Reply

%d bloggers like this: