ରେଡ ଜୋନରୁ ବାହାରିଲା ଓଡ଼ିଶା

କେରଳରେ କରୋନା ଅଣାୟତ୍ତ

ରେଡ ଜୋନରୁ ବାହାରିଲା ଓଡ଼ିଶା
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦ ଆକ୍ରାନ୍ତଙ୍କ ମୃତ୍ୟୁ ଘୋଷଣା
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୪ : ରାଜ୍ୟର ଦୈନିକ ସଂକ୍ରମଣ ୨ ହଜାର ତଳେ ରହିଛି । ରେଡ ଜୋନରୁ ବାହାରିଛି ଓଡ଼ିଶା । କେବଳ କଟକରୁ ଛାଡ଼ି ରାଜ୍ୟର ସମସ୍ତ ଜିଲ୍ଲାର ଦୈନିକ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିଆସିଛି । କଟକ ଜିଲ୍ଲା ୟେଲୋ ଜୋନରେ ରହିଛି । ୨୯ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ରହିଛି ।
ଖୋର୍ଦ୍ଧାରୁ ସର୍ବାଧିକ ୪୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ପଛକୁ ରହିଛି କଟକ । କଟକରୁ ୨୨୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୬୯, ବାଲେଶ୍ୱରରୁ ୧୧୪, ଜଗତସିଂହପୁରରୁ ୮୯, ଯାଜପୁରରୁ ୧୦୭, ମୟୁରଭଂଜରୁ ୫୭, ନୟାଗଡ଼ରୁ ୬୬, ପୁରୀରୁ ୫୯, କେନ୍ଦ୍ରାପଡ଼ାରୁ ୫୯, ଢେଙ୍କାନାଳରୁ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୫ ହଜାର ୭୧୫ରେ ପହଁଚିଛି ।
ରାଜ୍ୟରେ ଆଜି ୬୮ ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୪୪୫ରେ ପହଁଚିଛି । ଖୋର୍ଦ୍ଧା ଜିଲ୍ଲାକୁ ସର୍ବାଧିକ ୩୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀରୁ ୧୧, ଅନୁଗୁଳରୁ ୮, ମୟୁରଭଂଜରୁ ୭, କେନ୍ଦୁଝରରୁ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଂଜାମ, ମାଲକାନାଗିରି, ନୂଆପଡ଼ା, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି ।

Leave a Reply

%d bloggers like this: