ହକିରେ ରୋମାଂଚକର ବିଜୟରୁ ଭାରତର ଅଲମ୍ପିକ୍ସ ଅଭିଯାନ

ହକିରେ ରୋମାଂଚକର ବିଜୟରୁ ଭାରତର ଅଲମ୍ପିକ୍ସ ଅଭିଯାନ
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୪ : ଟୋକିଓ ଅଲମ୍ପିକ୍ସ ୨୦୨୧ ଆରମ୍ଭରୁ ଭାରତକୁ ଏକ ବଡ଼ ସଫଳତା ମିଳିଛି । ପୁରୁଷ ହକିର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରିଛି । ଏଥିସହିତ ସମଗ୍ର ଭାରତବର୍ଷରେ ଆଜି ଖୁସିର ଲହରୀ ଖେଳିଯାଇଛି । ଭାରତର ପଦକ ସମ୍ଭାବନା ଆଶାକୁ ଖେଳାଳିମାନେ ଆରମ୍ଭରୁ ବହୁଗୁଣିତ କରିଦେଇଛନ୍ତି । ରୁପିନ୍ଦର ପାଲ୍ ସିଂହ ଗୋଟିଏ ଓ ହରମନପ୍ରୀତ ସିଂହ ଦୁଇଟି ଗୋଲ୍ ଭାରତକୁ ଏହି ସଫଳତା ଦେଇଛି ।
ଗତକାଲି ଟୋକିଓ ଅଲମ୍ପିକ୍ସର ଉଦଘାଟନ ହୋଇଥିଲା । କୋଭିଡ ମହାମାରୀ କାରଣରୁ ବିନା ଦର୍ଶକରେ ଅଲମ୍ପିକ୍ସ ଆୟୋଜନ କରାଯାଇଛି । ଉଦଘାଟନୀ ଉତ୍ସବ ମାର୍ଚ୍ଚ ଫାଷ୍ଟରେ ଭାରତର ୧୯ ଜଣିଆ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ୬ଥର ବିଶ୍ୱ ବିଜୟିନୀ ମୁଷ୍ଟିଯୋଦ୍ଧା ମେର୍ କମ୍ ଓ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ।

Leave a Reply

%d bloggers like this: