ଭାରତକୁ ମିଳିଲା ପ୍ରଥମ ପଦକ, ରୈାପ୍ୟ ପଦକ ଜିତିଲେ ମୀରାବାଈ ଚାନୁ

ଭାରତକୁ ମିଳିଲା ପ୍ରଥମ ପଦକ ରୈାପ୍ୟ ପଦକ ଜିତିଲେ ମୀରାବାଈ ଚାନୁ

ଭାରତକୁ ମିଳିଲା ପ୍ରଥମ ପଦକ
ରୈାପ୍ୟ ପଦକ ଜିତିଲେ ମୀରାବାଈ ଚାନୁ
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୪ : ଭାରତ ପାଇଁ ଖୁସି ଖବର । ଟୋକିଓ ଅଲମ୍ପିକ୍ସରେ ବିଜୟ ଯାତ୍ରା ଆରମ୍ଭ କରିଛି ଭାରତ । ଭାରୋତୋଳନରେ ଭାରତକୁ ମିଳିଛି ପ୍ରଥମ ପଦକ । ଭାରୋତୋଳନରେ ୪୯ କେଜି ମହିଳା ବର୍ଗରେ ରୋପ୍ୟ ପଦକ ଜିତିଛନ୍ତି ମୀରାବାଈ ଚାନୁ । ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୀରାବାଈ ଚାନୁଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ବିଜୟ ସମସ୍ତ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋଦି ଟୁଇଟ୍ କରିଛନ୍ତି । ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ମୀରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
୨୧ ବର୍ଷ ପରେ ଭାରତକୁ ଭାରୋତୋଳନରେ ପଦକ ମିଳିଛି । ସ୍ନାତକ ୮୭ କୋଜିର ଭାର ଉତୋଳନ କରିଥିଲେ ଚାନୁ । ଏହାପରେ କ୍ଲିନ ଓ ଜର୍କରେ ୧୧୫କେଜିର ଭାର ଉଠାଇ ରୈାପ୍ୟ ପଦକ ଜିତିଥିଲେ । ମୀରୀବାଈ ଚଳିତ ବର୍ଷ ଆରମ୍ଭରୁ ୧୧୯ କିଲୋଗ୍ରାମ ଭାରୋତୋଳନ କରି କ୍ଲିନ ଓ ଜର୍କରେ ବିଶ୍ୱ ରେକର୍ଡ କରିଥିଲେ ।
ସେହିପରି ପୁରୁଷ ହକିରେ ଭାରତ ଆଜି ଦମଦାର ପ୍ରଦର୍ଶନ କରିଛି । ୩-୨ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପରବର୍ତୀ ରାଉଣ୍ଡକୁ ଯାଇଛି । ସୁଟିଂ ସୈାରଭ ଚୈାଧୁରୀ ୧୦ ମିଟର ଏୟାର ରାଇଫଲ କାଟାଗୋରିର ଫାଇନାଲକୁ ଯାଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି ।

Leave a Reply

%d bloggers like this: