ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉନଟର

ଗ୍ୟାଙ୍ଗଷ୍ଟାର ହାଇଦରର ପୋଷ୍ଟମର୍ଟମ

ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉନଟର
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୪ : ଗ୍ୟାଙ୍ଗଷ୍ଟର ହାଇଦରକୁ ପୋଲିସ କରିଛି ଏନକାଉନଟର । ବାଲେଶ୍ୱରସ୍ଥିତ ଶିମୁଳିଆଠାରେ ସେ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଏନକାଉନଟର କରିଥିଲା । ପୋଲିସ କବଜାରୁ ଖସି ପଳାଉଥିବାବେଳେ ଏନକାଉନଟର ହୋଇଥିବା କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି । ଏନକାଉନଟରେ ହାଇଦରର ପେଟ ଏବଂ ହାତରେ ଗୁଳି ବାଜିଥିବାରୁ ପ୍ରବଳ ରକ୍ତସ୍ରାବ ଅବସ୍ଥାରେ ବାଲେଶ୍ୱର ହସ୍ପିଟାଲରେ ଭର୍ତି କରାଯାଇଛି । ଏବେ ତାଙ୍କର ଚିକିତ୍ସା ଚାଲିଛି ।
କିଛି ଦିନ ତଳେ କଟକ ବଡ଼ ମେଡିକାଲରୁ ଖସିଯାଇଥିଲା ହାଇଦର । ତେଲେଙ୍ଗାନା ରାଜ୍ୟର ସାଙ୍ଗାରୋଡ୍ଡି ଜିଲ୍ଲାରୁ କମିଶନରେଟ୍ ପୋଲିସ ତାକୁ ଗିରଫ କରିଥିଲେ । ପରେ କୋଭିଡ ଆକ୍ରାନ୍ତ ହେବାରୁ ତାକୁ ଚୈାଦ୍ୱାର ଜେଲରେ ରଖାଯାଇଥିଲା । ଆଜି ହାଇଦରକୁ ଚୈଦ୍ୱାର ଜେଲରୁ ବାରିପଦା ଜେଲ ନିଆଯାଉଥିବାବେଳେ ବାଲେଶ୍ୱରସ୍ଥିତ ଶିମୁଳିଆଠାରେ ସେ ଖସିଯିବାକୁ ଉଦ୍ୟମ କରିଥିଲା । ପୋଲିସ ସଙ୍ଗେ ସଙ୍ଗେ ହାଇଦରକୁ ଏନକାଉନଟର କରିଥିଲା । ହାଇଦରର ଖସିଯିବା ଉଦ୍ୟମ ବିଫଳ ହେବାପରେ ତାକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତିକରାଯାଇଛି । ଏ ସମ୍ପର୍କରେ ପୋଲିସ କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

%d bloggers like this: