ମହାରାଷ୍ଟ୍ରରେ ବର୍ଷା ବିତ୍ପାତ, ବର୍ଷା ଓ ଭୂସ୍କଳନ ଯୋଗୁଁ ୧୨୯ ମୃତ, ଆଇଏମ୍‌ଡି ଜାରି କଲା ସତର୍କତା

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ ବର୍ଷା ଓ ଭୂସ୍କଳନ ଯୋଗୁଁ ୧୨୯ ମୃତ ଆଇଏମ୍‌ଡି ଜାରି କଲା ସତର୍କତା

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ
ବର୍ଷା ଓ ଭୂସ୍କଳନ ଯୋଗୁଁ ୧୨୯ ମୃତ
ଆଇଏମ୍‌ଡି ଜାରି କଲା ସତର୍କତା
ମହାରାଷ୍ଟ୍ରରେ ଲଗାଣ ବର୍ଷା ବନ୍ୟା ବୀଭିଷିକା ସୃଷ୍ଟି କରିଛି । କୋହ୍ଲାପୁର, ରାୟଗଡ଼ା, ରତ୍ନଗିରି, ପାଲଘର, ଠାଣେ ଓ ନାଗପୁର ସହରର କିଛି ଅଂଚଳରେ ବନ୍ୟା ସ୍ଥିତି ଉପୁଜିଛି । ରାୟଗଡ଼ା ଜିଲ୍ଲାରେ ୨ ଦିନ ହେବ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍କଳନ ଘଟିଛି । ବର୍ତମାନ ସୁଦ୍ଧା ଏଥିରେ ୪୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୫ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏନଡିଆରଏଫ୍ ଟିମ୍ ରେସକ୍ୟୁ ଅପରେସନ ଜାରି ରଖିଛି । ପୂରା ମହାରାଷ୍ଟ୍ରରେ ବର୍ଷା, ବନ୍ୟା ଓ ଭୂସସ୍କଳନ ପାଇଁ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏନଡିଆରଏଫ ମିଳିତ ଉଦ୍ଧାର କାର୍ଯ୍ୟରେ ଲାଗିଛି । ହେଲିକପ୍ଟର ନିୟୋଜିତ କରାଯାଇଛି ।
ତେବେ ୨୪ ଘଂଟା ପାଇଁ ଅନେକ ଜିଲ୍ଲାକୁ ବର୍ଷା ଆଲର୍ଟ ଥିବାରୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି । ଜଳବାୟୁ ପରିବର୍ତନକୁ ହିଁ ବିଶେଷ ଭାବେ ଦାୟିତ୍ୱ କରାଯାଉଛି । କାରଣ ଗତ କିଛି ବର୍ଷ ଧରି ମହାରାଷ୍ଟ୍ରରେ କରାଳ ବନ୍ୟା ସ୍ଥିତି ସୃଷ୍ଟିହେବାରେ ଲାଗିଛି ।

Leave a Reply

%d bloggers like this: