ଭାରତରେ ଗତ ୨୪ ଘଂଟାରେ ୩୯,୦୯୭ ନୂଆ କରୋନା ପଜିଟିଭ ଚିହ୍ନଟ, ଗତକାଲିଠୁ ଆଜି ୧୦.୬% ଅଧିକ ସଂକ୍ରମିତ

ରାଜଧାନୀରେ ୧୯୭ କରୋନା ଆକ୍ରାନ୍ତ

ଭାରତରେ ଗତ ୨୪ ଘଂଟାରେ ୩୯,୦୯୭ ନୂଆ କରୋନା ପଜିଟିଭ ଚିହ୍ନଟ
ଗତକାଲିଠୁ ଆଜି ୧୦.୬% ଅଧିକ ସଂକ୍ରମିତ
ମେଟ୍ରୋ ବ୍ୟୁରୋ ଜୁଲାଇ/୨୪ : ଭାରତରେ ଗତ ୨୪ ଘଂଟାରେ ୩୯,୦୯୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ପଜିଟିଭ ହାର ୩୫,୩୪୨ ଥିବାବେଳେ ଆଜି ୧୦.୬% ବଢ଼ିଛି । ଗତ ତିନି ଦିନ ଭିତରେ ପଜିଟିଭ ହାର ବଢ଼ୁଥିବାର ଜଣାପଡ଼ିଛି । ବର୍ତମାନ ଯାଏ ୩,୦୫,୦୩,୧୬୬ କୋଟି ଲୋକ ସୁସ୍ଥ ହୋଇଛନ୍ତି ।
ଲୋକସଭାରେ ମନ୍ତ୍ରୀ ଭାରତୀ ପ୍ରବୀନ ପବର କହିଛନ୍ତି ଯେ ପଜିଟିଭ ହାର ବଢ଼ୁଥିବାର କାରଣ ଲୋକଙ୍କ ବେଖିଆଲି ମନେଭାବ ଓ ସମସ୍ତେ ସଚେତନ ହୋଇ ଟିକା ନେଲେ ଦେଶରେ ପଜିଟିଭ ହାର କମିପାରିବ । ବର୍ତମାନ ସ୍କୁଲ ଓ କଲେଜ ଖୋଲୁଥିବାରୁ ପିଲାମାନଙ୍କ ସୁରକ୍ଷା ପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀବାଲ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଦେଶର ସମସ୍ତ ନାଗରିକ ଟିକା ନେଇସାରିବା ପରେ ବିଦ୍ୟାଳୟମାନ ଖୋଲିବା ଉଚିତ୍ । ବିଶ୍ୱସ୍ତରରେ ୧୯.୩୧ କୋଟି ଲୋକ ସଂକ୍ରମିତ ହୋଇଥିବାବେଳେ ୪୧.୪୩ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି ।

Leave a Reply

%d bloggers like this: