ଏବେ କାଶ୍ମୀର ମହିଳାଙ୍କୁ ବିବାହ କଲେ ହୋଇପାରିବେ ସେଠାକାର ବାସିନ୍ଦା

ଏବେ କାଶ୍ମୀର ମହିଳାଙ୍କୁ ବିବାହ କଲେ ହୋଇପାରିବେ ସେଠାକାର ବାସିନ୍ଦା

ଏବେ କାଶ୍ମୀର ମହିଳାଙ୍କୁ ବିବାହ କଲେ ହୋଇପାରିବେ ସେଠାକାର ବାସିନ୍ଦା
ମେଟ୍ରୋ ଟିଭି ବ୍ୟୁରୋ; ଜୁଲାଇ/୨୨ : ଏବେ ଜମ୍ମୁ କାଶ୍ମୀରର ମହିଳାଙ୍କୁ ବାହାର ଲୋକ ବିବାହ କଲେ ସେଠାକାର ସେ ବାସିନ୍ଦା ହୋଇପାରିବେ । ନବଗଠିତ କେନ୍ଦ୍ରଶାସିତ ଅଂଚଳର ବାସସ୍ଥାନ ଆଇନରେ ସଂଶୋଧନ କରି ଏଭଳି ଏକ ବଡ଼ ନିଷ୍ପତି ନେଇଛନ୍ତି ସେଠିକାର ସରକାର । ଏପରିକି ଏହି କେନ୍ଦ୍ରଶାସିତ ଅଂଚଳରେ ରହୁଥିବା ଜଣେ ମହିଳାଙ୍କ ସ୍ୱାମୀ ମଧ୍ୟ ଆବାସିକ ପ୍ରମାଣପତ୍ର ପାଇପାରିବେ ବୋଲି ସରକାର ଘୋଷଣା କରିଛନ୍ତି ।
ମଙ୍ଗଳବାର ଏହି କେନ୍ଦ୍ରଶାସିତ ଅଂଚଳରେ ସରକାର ଜମ୍ମୁକାଶ୍ମୀରର ଝିଅ ଅନ୍ୟ ସ୍ଥାନର ପୁଅକୁ ବିବାହ କଲେ ଆବାସିକ ପ୍ରମାଣପତ୍ରର ଯେଉଁ ପ୍ରତିବନ୍ଧକ ଥିଲା ତାହା ହଟାଇ ଦେଇଛନ୍ତି । କେନ୍ଦ୍ର ସରକାର ଧାରା ୩୭୦ ହଟାଇବାବେଳେ ୩୫ଏକୁ ରଦ୍ଦ କରିଥିଲେ । ଏହାର ଅର୍ଥ ଦେଶର ଅନ୍ୟ ପ୍ରାନ୍ତରେ ଯେଉଁ ସୁବିଧା ରହିଛି ସମାନ ସୁବିଧା ଏଠାରେ ମଧ୍ୟ ମିଳିବ । ଏବେ ଏହି ଆଇନକୁ ଧିରେ ଧିରେ ଜମ୍ମୁକାଶ୍ମୀର ସରକାର ଲାଗୁ କରୁଛନ୍ତି ।
ମଙ୍ଗଳବାର ସରକାର ଦେଇଥିବା ଆଦେଶରେ କୁହାଯାଇଛି ଯେ ତହସିଲଦାରଙ୍କୁ ଘରୋଇ ପ୍ରମାଣପତ୍ର ଦେବା ପାଇଁ ଦକ୍ଷ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ପୂର୍ବରୁ ବାହାର ରାଜ୍ୟର ଲୋକେ ଜମ୍ମୁକାଶ୍ମୀରରେ ଜାଗା କିମ୍ବା ଘର କିଣିପାରୁନଥିଲେ । ମାତ୍ର, ଏବେ ଏହି ନିୟମରେ ପରିବର୍ତନ ହୋଇଛି । ସମାନ ନୀତି ଚାକିରି କ୍ଷେତ୍ରରେ ମଧ୍ୟ ରହିଛି ।

Leave a Reply

%d bloggers like this: