ଚେନ୍ନାଇର ସ୍କୁଲମାନଙ୍କରେ ଯୈାନଶୋଷଣ ରୋକିବାକୁ ପଦକ୍ଷେପ, ଆରମ୍ଭ ହେଲା ଅନଲାଇନ ଅଭିଯୋଗ ବାକ୍ସ

ଚେନ୍ନାଇର ସ୍କୁଲମାନଙ୍କରେ ଯୈାନଶୋଷଣ ରୋକିବାକୁ ପଦକ୍ଷେପ, ଆରମ୍ଭ ହେଲା ଅନଲାଇନ ଅଭିଯୋଗ ବାକ୍ସ

ଚେନ୍ନାଇର ସ୍କୁଲମାନଙ୍କରେ ଯୈାନଶୋଷଣ ରୋକିବାକୁ ପଦକ୍ଷେପ,
ଆରମ୍ଭ ହେଲା ଅନଲାଇନ ଅଭିଯୋଗ ବାକ୍ସ
ମେଟ୍ରୋ ଟିଭି ଜୁଲାଇ/୨୨ : ଚେନ୍ନାଇର ଆଇ.ଏ.ଏନ.ଏସ ସ୍କୁଲମାନଙ୍କରେ ଶିକ୍ଷକଙ୍କ ଦ୍ୱାରା ହେଉଥିବା ଅପରାଧ ଉପରେ ରୋକ ଲଗାଇବା ପାଇଁ ଆରମ୍ଭ ହୋଇଛି ଅନଲାଇନ ଅଭିଯୋଗ ବାକ୍ସ । କରୋନା ଯୋଗୁଁ ବର୍ତମାନ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀମାନଙ୍କର ଭର୍ଚ୍ଚୁଆଲ କ୍ଲାସ ହେଉଛି । ଛାତ୍ରଛାତ୍ରୀମାନେ ଘରେ ରହି ଅନଲାଇଲ ମାଧ୍ୟମରେ ସମସ୍ତ କ୍ଲାସ କରୁଛନ୍ତି । ମାତ୍ର, ଏହି ସମୟରେ ପିଲାମାନେ ଶିକ୍ଷକଙ୍କ ଦ୍ୱାରା ଯୈାନଶୋଷଣର ଶିକାର ହେଉଥିବା କିଛି ମାମଲା ସାମନାକୁ ଆସିଛି । ଶିକ୍ଷକମାନଙ୍କର ପିଲାମାନଙ୍କ ପ୍ରତି ଏପରି ର୍ଦୁବ୍ୟବହାର ଯୋଗୁଁ ଚେନ୍ନାଇର ସ୍କୁଲମାନଙ୍କରେ ଭର୍ଚ୍ଚୁଆଲ ଅଭିଯୋଗ ବାକ୍ସ ଲଂଚ ହୋଇଛି । ଏଥିପାଇଁ ସ୍କୁଲଗୁଡ଼ିକର ଅନଲାଇନ ସାଇଟମାନଙ୍କରେ ଗୁଗୁଲ ଫର୍ମ ଗଢ଼ାଯିବା ସହ କିଛି ବିଦ୍ୟାଳୟମାନଙ୍କରେ ଅଭିଯୋଗ ନିମନ୍ତେ ସ୍ୱତନ୍ତ୍ର ଇ-ମେଲ ଆଇଡି ମଧ୍ୟ ଗଠନ କରାଯାଇଛି ।
କିଛି ଦିନ ପୂର୍ବରୁ ଏପରି ମାମଲା ଅଧିକ ଆସୁଥିବାରୁ ମାଡ୍ରାସ ହାଇକୋର୍ଟ ଜଷ୍ଟିସ ପି.ବେଲମୁରୁଗନ ୧୯ ଜୁଲାଇରେ ତାମିଲନାଡ଼ୁ ସରକାର ଏହି ଶୋଷଣ ବିରୁଦ୍ଧରେ ଅଭିଯୋଗ ବାକ୍ସ ଗଠନ କରିଛନ୍ତି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ କୈାଣସି ଶିକ୍ଷକଙ୍କଠାରୁ ଏଭଳି ଶୋଷଣର ଶିକାର ହେଉଥିଲେ ସେମାନେ ଶିକ୍ଷକଙ୍କ ବିରୁଦ୍ଧରେ ଏହି ଭର୍ଚ୍ଚୁଆଲ ବାକ୍ସ ମାଧ୍ୟମରେ ଅଭିଯୋଗ କରିପାରିବେ । ବିଦ୍ୟାଳୟମାନଙ୍କରେ ଏଭଳି ପଦେକ୍ଷପ ପିଲାମାନଙ୍କ ପ୍ରତି ହେଉଥିବା ଯୈାନଶୋଷଣ ରୋକିବାରେ ସାହାଯ୍ୟ କରିବ ବୋଲି ଜଷ୍ଟିସ କହିଛନ୍ତି ।

Leave a Reply

%d bloggers like this: