କେରଳରେ ୪ ଟି ନୂଆ ଜିକା ଭାଇରସ, ସଂକ୍ରମିତଙ୍କ ସଂଖ୍ୟା ୪୨

କେରଳରେ ୪ ଟି ନୂଆ ଜିକା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୪୨

କେରଳରେ ୪ ଟି ନୂଆ ଜିକା ଭାଇରସ
ସଂକ୍ରମିତଙ୍କ ସଂଖ୍ୟା ୪୨
ମେଟ୍ରୋ ଟିଭି ବ୍ୟୁରୋ; ଜୁଲାଇ/୨୨ : କେରଳରେ ୪ ଟି ଜିକା ଭାଇରସ ମାମଲା ସାମନାକୁ ଆସିଛି ଏବଂ ସଂକ୍ରମିତଙ୍କ ସଂଖ୍ୟା ୪୨ରେ ପହଂଚିଛି । ଥିରୁଅନନ୍ତପୁରମ୍ ପରେ ଅନ୍ୟ ଜିଲ୍ଲାରେ ମଧ୍ୟ ସଂକ୍ରମଣ ଦେଖାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ବୀମା ଜାର୍ଜ କହିଛନ୍ତି ଯେ ଥିରୁଅନନ୍ତପୁରମରେ ତିନୋଟି ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ ଜଣେ ୨୬ ବର୍ଷର ହୋଇଥିବାବେଳେ ଅନ୍ୟ ଜଣେ ୨୭ ବର୍ଷର ଏବଂ ତୃତୀୟ ପଜିଟିଭ ୨୫ ବର୍ଷୀୟ ପିତ୍ରାହ ଅଂଚଳର ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।
ଜିକା ଭାଇରସ ଏଡିଜ ଏଜିପ୍ଟ ଏବଂ ଏଡିଜ ଏଲବୋଫିକ୍ଟସ ପ୍ରଜାତିର ମଶା କାମୁଡ଼ିବା ଦ୍ୱାରା ହୋଇଥାଏ । ଏହି ମଶା ଡେଙ୍ଗୁ ଓ ଚିକେନଗୁନିଆ ଭାଇରସ ବ୍ୟାପିବାରେ ମଧ୍ୟ ସାହାଯ୍ୟ ହୋଇଥାଏ । ଏଡିଜ ମଶା ସାଧାରଣତଃ ଦିନରେ କାମୁଡ଼ିଥାନ୍ତି । ଯଦି କୈାଣସି ବ୍ୟକ୍ତିକୁ ଏହି ମଶା ଦ୍ୱାରା ସଂକ୍ରମିତ ହୋଇଥାଏ ତେବେ ଏହି ଭାଇରସ ଅଧିକ ସମୟ ଯାଏ ବ୍ୟକ୍ତିର ରକ୍ତରେ ରହିଥାଏ । ଯଦି ଅନ୍ୟ କୈାଣସି ମଶା ସଂକ୍ରମିତ ବ୍ୟକ୍ତିକୁ କାମୁଡ଼ିଥାଏ ତେବେ ଏହା ଅନ୍ୟ ବ୍ୟକ୍ତିଙ୍କ ଠାରେ ବ୍ୟାପିବାରେ ସହାୟକ ହୋଇଥାଏ । କୌଣସି ସଂକ୍ରମିତ ବ୍ୟକ୍ତି ସହ ଯୈାନ ସମ୍ପର୍କ ରଖିଲେ ମଧ୍ୟ ଏହି ଜିକା ଭାଇରସ ବ୍ୟାପିଥାଏ ।

Leave a Reply

%d bloggers like this: