ଜନ୍ମବେଦିରୁ ଲୀଲା ସାରି ବାହୁଡ଼ିଲେ ତିନି ଠାକୁର, ଆଜି ସୁନାବେଶ

ଜନ୍ମବେଦିରୁ ଲୀଲା ସାରି ବାହୁଡ଼ିଲେ ତିନି ଠାକୁର ଆଜି ସୁନାବେଶ

ଜନ୍ମବେଦିରୁ ଲୀଲା ସାରି ବାହୁଡ଼ିଲେ ତିନି ଠାକୁର
ଆଜି ସୁନାବେଶ
ମେଟ୍ରୋ ଟିଭି ବ୍ୟୁରୋ/ଜୁଲାଇ ୨୧ : ତିନି ରଥରେ ବିଜେ କରିଛନ୍ତି ତିନି ଠାକୁର । ସେବକ ସାରିଲେଣି ଦ୍ୱିପହର ଧୂପନୀତ, କଢ଼ାହେଲାଣି ରଥ ଆଗର ଘୋଡ଼ା । ମଧ୍ୟାହ୍ନ ଧୂପ ପରେ ତିନି ରଥରେ ହୁଏ ସୁନାବେଶ । ଯାହାର ଅନ୍ୟନାମ ରାଜବେଶ ବା ବଡ଼ତଡ଼ାଉ ବେଶ । ଶ୍ରୀଜିଉଙ୍କ ସୁନାବେଶରେ ବିଭିନ୍ନ ଅଳଙ୍କାରମାନ ଲାଗି ହୋଇଥାଏ । ବଡ଼ତଡ଼ାଉଙ୍କ ଅନୁରୋଧରେ ମହାରାଜା ସୁନା ଅଳଙ୍କାର ନିର୍ମାଣ କରିଥିଲେ । ସେବକମାନେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୁନାବେଶ କରିଥାନ୍ତି । ଶ୍ରୀଜିଉଙ୍କ ଲାଗି ଶ୍ରୀଅଙ୍ଗରେ ସିଂହାରୀ ଖଣ୍ଡୁଆ ପାଟ ଶାଢ଼ି ଲାଗି କରାନ୍ତି । ତିଳକ ମହାପ୍ରଭୁଙ୍କର ଏକ ଆକର୍ଷଣୀୟ ଅଳଙ୍କାର । ମସ୍ତକ ଆଭୂଷଣ ରୂପେ ଲାଗିହୁଏ ଚନ୍ଦ୍ରସୂର୍ଯ୍ୟ । ଦେବୀ ସୁଭଦ୍ରାଙ୍କ କାନରେ ଶୋଭାପାଏ ତଡ଼ଗି ଅଳଙ୍କାର ।
ଶ୍ରୀଜିଉଙ୍କ ସୁନାବେଶ ଥାଇ ସନ୍ଧ୍ୟାଧୂପ ଓ ଅନ୍ୟାନ୍ୟ ନିତିକାନ୍ତି ସମ୍ପନ୍ନ ହୁଏ । ସୁନାବେଶ ପରେ ଦିଅଙ୍କର ବଡ଼ସିଂହାର ବେଶ ହୁଏ । ଶ୍ରୀଜିଉ ୫ ଥର ସୁନାବେଶରେ ଶୋଭିତ ହୋଇଥାନ୍ତି । ରତ୍ନସିଂହାସନରେ ଦିଅଁଙ୍କର ସୁନାବେଶ ହୋଇଥାଏ । ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀରେ ଶ୍ରୀଜିଉଙ୍କର ସୁନାବେଶ ହୁଏ । ସନ୍ଧ୍ୟା ୫ ଘଟିକା ପରେ ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର । ଠାକୁରଙ୍କ ସୁନାବେଶ ଦର୍ଶନ ଅପେକ୍ଷାରେ ସମସ୍ତ ଭକ୍ତ ।

Leave a Reply

%d bloggers like this: