ଅଗଷ୍ଟ ୧୫ ଯାଏ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ ଲାଲ କିଲ୍ଲା, ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗର ନିଷ୍ପତି

ଅଗଷ୍ଟ ୧୫ ଯାଏ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ ଲାଲ କିଲ୍ଲା ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗର ନିଷ୍ପତି

ଅଗଷ୍ଟ ୧୫ ଯାଏ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ ଲାଲ କିଲ୍ଲା
ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗର ନିଷ୍ପତି
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୧ : ଦେଶର ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଲାଲ କିଲ୍ଲା ଆଜିଠାରୁ ଅଗଷ୍ଟ ୧୫ ସ୍ୱତନ୍ତ୍ରତା ଦିବସ ସମାପନ ପର୍ଯ୍ୟନ୍ତ ବନ୍ଦ ରହିବ । ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗ ମଙ୍ଗଳବାର ଦିନ ଏନେଇ ସୂଚନା ଦେଇଛନ୍ତି । ବିଭାଗ ତରଫରୁ କୁହାଯାଇଛି କି, ଜୁଲାଇ ୨୧ ତାରିଖ ଅର୍ଥାତ୍ ଆଜି ସକାଳରୁ ଅଗଷ୍ଟ ୧୫ ସ୍ୱାଧିନତା ଦିବସ ସମାପନ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଲାଲ କିଲ୍ଲା ବନ୍ଦ ରହିବ । ଏଏସ୍‌ଆଇ ତରଫରୁ ଏକ ନୋଟିସ୍ ଜାରି ହୋଇ ଏହି ସୂଚନା ଦିଆଯାଇଛି ।
କରୋନା ମହାମାରୀ କାରଣରୁ ପ୍ରଥମରୁ ଲାଲ କିଲ୍ଲା ଦର୍ଶନ ପାଇଁ ଆସୁଥିବା ଲୋକଙ୍କ ସଂଖ୍ୟା କମ୍ କରାଯାଇଥିଲା । ଏବେ ଏଏସଆଇ ଜାରି କରିଥିବା ନିର୍ଦ୍ଦେଶରେ କୁହାଯାଇଛି କି, ସୁରକ୍ଷା କାରଣରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଲାଲ କିଲ୍ଲା ବନ୍ଦ ରହିବ । ଅନ୍ୟପଟେ କରୋନା କାରଣରୁ ଜୁଲାଇ ୧୨ ତାରିଖରେ ଦିଲ୍ଲୀ ପୋଲିସ ଏଏସଆଇକୁ ଏକ ଚିଠି ଲେଖି ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଲାଲ କିଲ୍ଲା ବନ୍ଦ ରଖିବାକୁ ପରାମର୍ଶ ଦେଇଥିଲା ।

Leave a Reply

%d bloggers like this: