ଆବର୍ଜନାର ମଣିଷ ଅବସରପ୍ରାପ୍ତ ନାବାର୍ଡ ଡିଜିଏମ, ଘରେ ପୂରାଉଛନ୍ତି କୁଢ଼ କୁଢ଼ ଅଳିଆ

ଆବର୍ଜନାର ମଣିଷ ଅବସରପ୍ରାପ୍ତ ନାବାର୍ଡ ଡିଜିଏମ ଘରେ ପୂରାଉଛନ୍ତି କୁଢ଼ କୁଢ଼ ଅଳିଆ

ଆବର୍ଜନାର ମଣିଷ ଅବସରପ୍ରାପ୍ତ ନାବାର୍ଡ ଡିଜିଏମ
ଘରେ ପୂରାଉଛନ୍ତି କୁଢ଼ କୁଢ଼ ଅଳିଆ
ମେଟ୍ରୋ ଟିଭି ବ୍ୟୁରୋ/ଜୁଲାଇ ୨୧ : ଆବର୍ଜନାର ମଣିଷ ରାମଚନ୍ଦ୍ର ଦାସ । ଜଣେ ବିଚିତ୍ର ସ୍ୱଭାବର ବ୍ୟକ୍ତି ହେଉଛନ୍ତି ରାମଚନ୍ଦ୍ର । ନାବାର୍ଡର ଡିଜିଏମ ଭାବେ ଅବସର ନେଇ ଭୁବନେଶ୍ୱରସ୍ଥିତ ନିଜ ବାସଭବନରେ ପତ୍ନୀଙ୍କ ସହ ବାସ କରନ୍ତି ସେ । ଭୁବନେଶ୍ୱର ନିଳାଦ୍ରି ବିହାରର ଭିଭିଆଇପି କଲୋନୀରେ ସ୍ୱାମୀ, ସ୍ତ୍ରୀ ଉଭୟ ରୁହନ୍ତି । ଏତେ ବଡ଼ ଅଫିସର ଥିଲେ ରାମଚନ୍ଦ୍ର କିନ୍ତୁ ଏବେ ତାଙ୍କ ସ୍ୱଭାବରେ ବହୁତ ପରିବର୍ତନ ଆସିଛି । ତାଙ୍କ ଘରେ ପଡ଼ିରହିଛି କୁଢ଼ କୁଢ଼ ଆବର୍ଜନା । ସେ ବାହାର ଅଳିଆ ଆଣି ନିଜ ଘରେ ସାଇତି ରଖନ୍ତି । ରାସ୍ତାକଡ଼ ଡଷ୍ଟବିନରୁ ଅଳିଆ ଆଣି ଘରେ ରଖୁଛନ୍ତି । ଭଙ୍ଗା ଅଦରକାରୀ କାଚ, ଲୁହା, ପ୍ଲାଷ୍ଟିକ୍ ଠାରୁ ଆରମ୍ଭ କରି ମଦ ବୋତଲ ଏପରିକି ଅବ୍ୟବହୃତ ପାଇଖାନା ପ୍ୟାନ୍ ତାଙ୍କ ବେଡରୁମରେ ରଖିଛନ୍ତି । ଚିକଚିକିଆ ମାର୍ବଲ ଘରକୁ କରିଛନ୍ତି ଅଳିଆଖାନା । ଏହାର କାରଣ ମାନସିକ ବିକୃତି ହୋଇପାରେ ।
ଏହି ଘରେ ରାମଚନ୍ଦ୍ରଙ୍କ ସହ ରହୁଛନ୍ତି ପତ୍ନୀ ଶାନ୍ତିଲତା ଦାସ । ଏଠାରେ ୫ ବର୍ଷରୁ ବି ଅଧିକ ସମୟ ବିତେଇଲେଣି ଶାନ୍ତିଲତା । ଗେଟ୍ ବାହାରକୁ ବି କେବେ ଛାଡ଼ନ୍ତିନି ସ୍ୱାମୀ । କାହା ସହ କଥା ହେଲେ ଝଗଡ଼ା ଓ ଧମକ ଦିଅନ୍ତି ସ୍ୱାମୀ । ମାତ୍ର କେବେ ବି ମୁହଁ ଖୋଲି ସ୍ୱାମୀ, ପିଲାଛୁଆ କିମ୍ବା ପଡ଼ୋଶୀଙ୍କ ଆଗରେ ଅଭିଯୋଗ କରିନାହାନ୍ତି ଶାନ୍ତିଲତା । ସ୍ୱାମୀଙ୍କର ଯତ୍ନ ନେବାକୁ କେହି ନଥିବାରୁ ସେ ସ୍ୱାମୀଙ୍କ ସହ ରହିବାକୁ ପସନ୍ଦ କରନ୍ତି ।
ଏହି କଲୋନୀରେ ରାମଚନ୍ଦ୍ରଙ୍କୁ ଆବର୍ଜନାର ମଣିଷ ବୋଲି କହୁଛନ୍ତି । ତେବେ ସେ ଜଣେ ଅଲଗା ପ୍ରକାର ମଣିଷ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ୩୦ରୁ ଅଧିକ ଦେଶୀ କୁକୁରଙ୍କୁ ରଖି ତାଙ୍କର ସେବା କରୁଛନ୍ତି ରାମଚନ୍ଦ୍ର । ପଶୁ ଡାକ୍ତର ଭାବେ ଚାକିରିରେ ଯୋଗ ଦେଇଥିବାରୁ ରାମଚନ୍ଦ୍ର ଜଣେ ପଶୁ ପ୍ରେମୀ ମଧ୍ୟ । କୁକୁରମାନଙ୍କ ପାଇଁ ୫ କେଜି ଚିକେନ୍ ବି ରୋଷେଇ ହୁଏ । ଆଉ ଏ ରୋଷେଇ କରନ୍ତି ନିଜେ ଶାନ୍ତିଲତା । ଏବେ ରାମଚନ୍ଦ୍ରଙ୍କ ପିଲାମାନେ ବାହାରେ ରହୁଛନ୍ତି । ପିତାମାତାଙ୍କ ପ୍ରତି ପିଲାମାନଙ୍କ ଅବହେଳା ପାଇଁ ରାମଚନ୍ଦ୍ର ଓ ପତ୍ନୀଙ୍କ ଏପରି ସ୍ଥିତି ବୋଲି ଅଭିଯୋଗ କରିଛନ୍ତି ପଡ଼ୋଶୀ ।

Leave a Reply

%d bloggers like this: