ଚୀନରେ ଭୀଷଣ ବର୍ଷାରୁ ବନ୍ୟା, ସମୁଦ୍ର ପାଲଟିଛି ଚୀନ ସଡ଼କ, ଲକ୍ଷେରୁ ଊର୍ଦ୍ଧ୍ୱ ଲୋକ ଉଦ୍ଧାର

ଚୀନରେ ଭୀଷଣ ବର୍ଷାରୁ ବନ୍ୟା, ସମୁଦ୍ର ପାଲଟିଛି ଚୀନ ସଡ଼କ, ଲକ୍ଷେରୁ ଊର୍ଦ୍ଧ୍ୱ ଲୋକ ଉଦ୍ଧାର

ଚୀନରେ ଭୀଷଣ ବର୍ଷାରୁ ବନ୍ୟା, ସମୁଦ୍ର ପାଲଟିଛି ଚୀନ ସଡ଼କ, ଲକ୍ଷେରୁ ଊର୍ଦ୍ଧ୍ୱ ଲୋକ ଉଦ୍ଧାର
ଚୀନର ଜେଙ୍ଗଜଉ ଅଂଚଳରେ ଭୀଷଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଲକ୍ଷେରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ବନ୍ୟା ଯୋଗୁଁ ଲୋକମାନେ ସ୍କୁଲ, କାର୍ଯ୍ୟାଳୟ ଏବଂ ରେଳଷ୍ଟେସନମାନଙ୍କରେ ଆଶ୍ରୟ ନେଇଥିଲେ । ସରକାରୀ ସମାଚାର ଏଜେନ୍ସି ସିହ୍ନୁଆର ସୂଚନାନୁସାରେ ମଙ୍ଗଳବାର ଅପରାହ୍ନ ୪ ଟାରୁ ୫ଘଟିକା ସମୟରେ ହୋଇଥିବା ବର୍ଷା କାରଣରୁ ଜେଙ୍ଗଜଉ ଅଂଚଳରେ ୨୦ ସେଂଟିମିଟର ଯାଏ ପାଣି ଭରିଯାଇଥିଲା ।
ଏଥିରେ ଅନେକ ଗାଡ଼ିମଟର ବୁଡ଼ିଯିବା ସହ ଚୀନ ସହରର ଏହି ବନ୍ୟାର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଛଡ଼ାଯାଇଥିଲା । ବନ୍ୟା ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାରୁ ବୁଧବାର ରାତି ଯାଏ ଭୀଷଣ ବର୍ଷା ହେବାର ସମ୍ଭାବନା ଅଛି ବୋଲି ସମସ୍ତଙ୍କୁ ସଚେତନ କରାଯାଇଛି । ଏଥିସହ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଦିଆଯାଇଛି ।

Leave a Reply

%d bloggers like this: