ସୁପର ଡ୍ୟାନସର ୪ ରେ ଶିଳ୍ପା ସେଠୀଙ୍କ ଜାଗା ନେଇ ପାରନ୍ତି କରିସ୍ମା କପୁର, ସ୍ୱାମୀଙ୍କ ଗିରଫଦାରୀ ହୋଇପାରେ କାରଣ

ସୁପର ଡ୍ୟାନସର ୪ ରେ ଶିଳ୍ପା ସେଠୀଙ୍କ ଜାଗା ନେଇ ପାରନ୍ତି କରିସ୍ମା କପୁର ସ୍ୱାମୀଙ୍କ ଗିରଫଦାରୀ ହୋଇପାରେ କାରଣ

ସୁପର ଡ୍ୟାନସର ୪ ରେ ଶିଳ୍ପା ସେଠୀଙ୍କ ଜାଗା ନେଇ ପାରନ୍ତି କରିସ୍ମା କପୁର
ସ୍ୱାମୀଙ୍କ ଗିରଫଦାରୀ ହୋଇପାରେ କାରଣ
ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଗତକାଲି ଗିରଫ ହୋଇଥିବା ଜଣାପଡ଼ିଛି । ପ୍ରୋନୋଗ୍ରାଫି ଫିଲ୍ମ ନିର୍ମାଣ କରି ଏହାକୁ ଏକ ଆପ୍ ମାଧ୍ୟମରେ ପବ୍ଲିସ୍ କରିବାରୁ ମୁମ୍ବାଇ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ରାଜ୍ କୁନ୍ଦ୍ରା । ସୋନି ଟିଭିର ସବୁଠୁ ବଡ଼ ଡ୍ୟାନ୍ସିଙ୍ଗ ରିଏଲିଟି ସୋ ସୁପର ଡ୍ୟାନ୍ସରର ବିଚାରକ ଭାବେ ବସୁଥିବା ଶିଳ୍ପା ସେଠୀଙ୍କ ଜାଗା କରିସ୍ମା କପୁର ନେଇପାରନ୍ତି ବୋଲି ସୂଚନା ମିଳିଛି ।
ସୁପର ଡ୍ୟାନ୍ସର ୪ର ସାପ୍ତାହିକ ଏପିସୋଡରେ ଶିଳ୍ପାଙ୍କ ଜାଗାରେ କରିସ୍ମା ବସିପାରନ୍ତି । ଏହାର କାରଣ ରାଜ କୁନ୍ଦ୍ରାଙ୍କ ଗିରଫ ହୋଇପାରେ ବୋଲି କୁହାଯାଉଛି । କିଛି ଅଶ୍ଳୀଳ ଫିଲ୍ମ ଏକ ଆପ୍ ମାଧ୍ୟମରେ ଛାଡ଼ିଥିବାରୁ ଫେବୃଆରୀ ୨୦୨୧ରେ ମୁମ୍ବାଇ ପୋଲିସ୍ ରାଜଙ୍କ ନାଁରେ ଏକ ମାମଲା ରୁଜ୍ଜୁ କରିଥିଲା । ଏଥିସହ ଜଣେ ମହିଳାଙ୍କୁ ଅଶ୍ଳୀଳ ଅଡିସନ୍ ଦେବାକୁ କହିବାରୁ ମହିଳା ଜଣକ ମଧ୍ୟ ରାଜଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ମୁମ୍ବାଇ ପୋଲିସ ପରେ ଏ ମାମଲା ସିବିଆଇ ନିଜ ହାତକୁ ନେଇଥିଲା । ବର୍ତମାନ ସିବିଆଇ ଏ ମାମଲାର ତଦନ୍ତ ଜାରି ରଖିଛି ।

Leave a Reply

%d bloggers like this: