ତିନି ରଥରେ ବିରାଜିଲେ ତିନି ଠାକୁର, ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ନିତିକାନ୍ତି

ତିନି ରଥରେ ବିରାଜିଲେ ତିନି ଠାକୁର ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ନିତିକାନ୍ତି

ତିନି ରଥରେ ବିରାଜିଲେ ତିନି ଠାକୁର
ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ନିତିକାନ୍ତି
ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ଚତୁର୍ଦ୍ଧାମୁର୍ତିଙ୍କ ରଥ । ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ । ତିନି ରଥରେ ବିରାଜିଲେ ତିନି ଠାକୁର । ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପ୍ରଥମେ ଟଣା ହୋଇଥିଲା ଓ ତାଙ୍କ ପଛେ ପଛେ ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ରଥ । ଶେଷରେ ଗହଳି ଲଗାଇ ଟାହିଆ ହଲେଇ ହଲେଇ ଆସିଥିଲେ ଜଗତର ନାଥ ଶ୍ରୀ ଜଗନ୍ନାଥ । ପହଣ୍ଡିରେ ଝୁଲିଝୁଲି ତିନି ରଥରେ ବିରାଜମାନ ହେଲେ ଜଗା, ବଳିଆ ଓ ଦେବୀ ସୁଭଦ୍ରା । ତିନି ଠାକୁର ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ।
ଆଜି ସକାଳେ କରୋନା କଟକଣା ଭିତରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ମା’ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତମାନେ ଆରମ୍ଭ କରିଥିଲେ ସୁଦର୍ଶନଙ୍କ ପହଣ୍ଡି ବିଜେ । ରଥାରୁଢ଼ ହୋଇସାରିଛନ୍ତି ଚତୁର୍ଦ୍ଧାମୁର୍ତି । ଏହାପରେ ୩ ରଥରେ ଛେରା ପହଁରା କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏ ବର୍ଷକୁ ମିଶାଇ ଛେରା ପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି ।

Leave a Reply

%d bloggers like this: