ସମ୍ ହସ୍ପିଟାଲରେ କରୋନାକୁ ହରାଇଲେ ୯୪ ବର୍ଷୀୟ ବୃଦ୍ଧା

ସମ୍ ହସ୍ପିଟାଲରେ କରୋନାକୁ ହରାଇଲେ ୯୪ ବର୍ଷୀୟ ବୃଦ୍ଧା

ସମ୍ ହସ୍ପିଟାଲରେ କରୋନାକୁ ହରାଇଲେ ୯୪ ବର୍ଷୀୟ ବୃଦ୍ଧା
ସମ୍ ହସ୍ପିଟାଲରେ ମହାମାରୀ କରୋନାକୁ ପରାସ୍ତ କରିଛନ୍ତି ଜଣେ ୯୪ ବର୍ଷୀୟ ବୃଦ୍ଧା । ମନୋବଳ ହିଁ ବଂଚିବାର ସାହାରା ବୋଲି ସେ ପ୍ରମାଣିତ କରିଛନ୍ତି । ବୃଦ୍ଧ ଜଣକ ପୁରୀ ଅଂଚଳର ସୁରଥ ରାଉତରାୟ । ସମ୍ ହସ୍ପିଟାଲରେ ଡାକ୍ତର, ନର୍ସଙ୍କ ସେବା ଯତ୍ନ ଓ ସଠିକ୍ ଚିକିତ୍ସା ଯୋଗୁଁ ସେ ସୁସ୍ଥ ହୋଇପାରିଛନ୍ତି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି ।
କରୋନା ସଂକ୍ରମିତ ହେବାପରେ ଜୁଲାଇ ୧୩ରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ଠିକରେ ନିଶ୍ୱାସ ନେଇପାରୁନଥିଲେ । ଏହି ସମୟରେ ତାଙ୍କୁ ଅଧିକ ମାତ୍ରାରେ ଅକ୍ସିଜେନର ଆବଶ୍ୟକତା ଥିଲା । ଉଚ୍ଚ ରକ୍ତଚାପ ସହ ମଧୁମେହ ଓ ବାର୍ଦ୍ଧକ୍ୟଜନିତ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ । ଏଥିପାଇଁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା । ଶେଷରେ ସେ ସୁସ୍ଥ ହୋଇଛନ୍ତି । ସମ୍ ହସ୍ପିଟାଲରେ ସୁରଥଙ୍କ ଚିକିତ୍ସାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ତାଙ୍କ ବୋହୂ ସୁଲୋଚନା ସାହୁ । ଏଠାକାର ଡାକ୍ତର ଏବଂ ନର୍ସମାନେ ତାଙ୍କ ଶ୍ୱଶୁରଙ୍କୁ ଠିକ୍ ଭାବେ ଚିକିତ୍ସା କରୁଥିଲେ ବୋଲି ସେ କହିଛନ୍ତି ।

Leave a Reply

%d bloggers like this: