ଆରମ୍ଭ ହେବାକୁ ଯାଉଛି କେ.ବି.ସି ୧୩, ସୋସିଆଲ ମିଡିଆରେ ଭିଡିଓ ସେୟାର କଲେ ଅମିତାବ ବଚ୍ଚନ

ଆରମ୍ଭ ହେବାକୁ ଯାଉଛି କେ.ବି.ସି ୧୩
ସୋସିଆଲ ମିଡିଆରେ ଭିଡିଓ ସେୟାର କଲେ ଅମିତାବ ବଚ୍ଚନ
ମେଟ୍ରୋ ଟିଭି ବ୍ୟୁରୋ/ଜୁଲାଇ ୧୯ : ଗତ ୨୧ ବର୍ଷରୁ ଚାଲିଆସୁଥିବା ଏହି ରିଏଲିଟି ସୋ କୈାନ୍ ବନେଗା କରୋଡ଼ପତିର ୧୩ତମ ଅଧ୍ୟାୟ ଖୁବଶୀଘ୍ର୍ର ସୋନି ଟିଭିରେ ପ୍ରସାରିତ ହେବାକୁ ଯାଉଛି । ଆଜି ଏହି ସୋର ପ୍ରମୋ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବିଗ୍ ବି । ଏହାର ପ୍ରମୋ ଦୁଇ ଭାଗରେ ବନାଯାଇଥିବାବେଳେ ପ୍ରଥମ ଭାଗଟି କେବଳ ସେୟାର ହୋଇଛି । ଏହି ଭିଡିଓଟି ଅତି ମଜାଦାର ହୋଇଥିବାରୁ ଲୋକେ ଏହାର ଦ୍ୱିତୀୟ ଭାଗକୁ ଉତ୍ସାହର ସହ ଚାହିଁ ବସିଛନ୍ତି । ଅତିଶୀଘ୍ର ଭିଡିଓଟିର ଦ୍ୱିତୀୟ ଭାଗ ମଧ୍ୟ ସେୟାର ହେବାକୁ ଯାଉଛି ।
ଆଜି ଯାଏ ଏହି ସୋ ମାଧ୍ୟମରେ ୮ ଜଣ କୋଟିପତି ହେବାର ସୈାଭାଗ୍ୟ ଅର୍ଜନ କରିଛନ୍ତି । କେ.ବି.ସିର ୧୨ ଟି ସିଜିନ୍ ସରିଥିବାବେଳେ ବର୍ତମାନ ୧୩ତମ ସିଜିନ୍ ଆରମ୍ଭ ହେବାକୁ ଯାଉଛି । ‘ଖୁବଶୀଘ୍ର ଆସୁଛି କୈାନ୍ ବନେଗା କରୋଡ଼ପତି’ ପ୍ରମୋ ଭିଡିଓରେ ଅମିତାବ ବଚ୍ଚନ ଏହା ଲେଖି ଦର୍ଶକଙ୍କୁ ଜଣାଇଛନ୍ତି । ଏହାର ପ୍ରମୋ ଦେଖି ଦର୍ଶକମାନେ ଖୁବ୍ ଉତ୍ସାହିତ ଅଛନ୍ତି ।

Leave a Reply

%d bloggers like this: